www.samajalive.in
Saturday, December 13, 2025
27.1 C
Bhubaneswar

ଏମ୍‌ସ ଭୁବନେଶ୍ୱର ତତ୍ୱାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରର ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳିଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୧୮ରୁ ଏମ୍‌ସ ଗୌହାଟୀର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଜାନୁୟାରୀ ୧୨ରେ ଏମ୍‌ସ ଗୌହାଟୀରେ ପାଠପଢ଼ା ଆରମ୍ଭ ହୋଇଥିଲା। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ଏମ୍‌ସ ଗୌହାଟୀକୁ ମାର୍ଗଦର୍ଶନ କରୁଥିଲେ। ସଫଳତାର ସହିତ ଏକ ଶିକ୍ଷାବର୍ଷ ସମାପ୍ତ କଲା ପରେ ଏମ୍‌ସ ଗୌହାଟୀ ଏହାର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରିବ। ଡ. ଗୀତାଞ୍ଜଳୀ ଏବେ ଏମ୍‌ସ ଗୌହାଟୀର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଛନ୍ତି। ଏମ୍‌ସ ଭୁବନେଶ୍ବର ମାର୍ଗଦର୍ଶନରେ ଏମ୍‌ସ କଲ୍ୟାଣୀ (ପଶ୍ଚିମବଙ୍ଗ) ଏବଂ ଏମ୍‌ସ ଗୌହାଟୀ ସଫଳତାର ସହିତ କାର୍ୟ୍ୟ ଆରମ୍ଭ କରିଛନ୍ତି। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ପୂର୍ବରୁ ସଫଳତାର ସହିତ ଏମ୍‌ସ ପାଟ୍‌ନା ଏବଂ ଏମ୍‌ସ କଲ୍ୟାଣୀର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି।
ଏମ୍‌ସ ଭୁବନେଶ୍ୱର ଡେପୁଟି ଡାଇରେକ୍ଟର ଆଡ୍‌ମିନିଷ୍ଟ୍ରେସନ୍‌(ଡିଡିଏ) ଶ୍ରୀଯୁକ୍ତ ପି କେ ରାୟ ମଧ୍ୟ ଏମ୍‌ସ ଗୌହାଟୀର ଡିଡିଏ ଦାୟିତ୍ବରେ ଅଛନ୍ତି। ଏମ୍‌ସ ଭୁବନେଶ୍ୱରର ଡ. ସୁଦୀପ୍ତ ରଞ୍ଜନ ସିଂ ଏମ୍‌ସ ଗୌହାଟୀର ନୋଡାଲ୍ ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି। ଏମ୍‌ସ ଭୁବନେଶ୍ୱରର ଅଧ୍ୟାପକମାନେ ଏମ୍‌ସ ଗୌହାଟୀର ପରୀକ୍ଷାର ସଫଳ ପରିଚାଳନା ନିମନ୍ତେ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇଛନ୍ତି। ଉଲ୍ଲେଖଯୋଗ୍ୟଯେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଏବଂ ଚିକିତ୍ସା କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ଏମ୍‌ସ ଭୁବନେଶ୍ୱର ଦେଶରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ବହନ କରିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories