www.samajalive.in
Sunday, December 7, 2025
18.1 C
Bhubaneswar

ମନରେଗା କାମରେ ଅନିୟମିତତା ଅଭିଯୋଗ

ଗୁଡ଼ଭେଳା: ଗୁଡ଼ଭେଳା ବ୍ଳକ ଅନ୍ତର୍ଗତ ଚିଚେଡ଼ ପଞ୍ଚାୟତର ତୁର୍ଲା ଗାଁରେ ମନରେଗା ଯୋଜନାରେ ହେଉଥିବା କାମରେ ଅନିୟମିତତା ନେଇ ଗୁଡ଼ଭେଳା ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁର୍ଲା ଗାଁରେ ମନରେଗା ଯୋଜନାରେ ନିଯୁକ୍ତି ହୋଇଥିବା କର୍ମଚାରୀ ରାଜ୍ୟ ବାହାରେ ଥିବା ଯୁବକ, ବ୍ୟବସାୟୀ, ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ନାଁରେ କାମ କରିଥିବା ନେଇ ହଜାର ହଜାର ଟଙ୍କା ପକାଇଛନ୍ତି ବୋଲି ଗାଁର ରସିକ ନାଗ, ରଞ୍ଜିତ ନାଗ, ଯଶୋଦା ନାଗ, ଗଣେଶ ନାଗ, ପାନପତରୀ ନାଗ, କାର୍ତ୍ତିକ ନାଗ, ବତୀ ନାଗଙ୍କ ସମେତ ଶତାଧିକ ଲୋକ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଏହି ଗାଁରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ଜମି ଉନ୍ନତିକରଣ, ରାସ୍ତା କାମ, ଷ୍ଟ୍ରେନଜ, ପୋଖରୀ ଖନନ କାର୍ୟ୍ୟରେ ମୃତ ଓ ରାଜ୍ୟ ବାହାରେ ଥିବା ଶ୍ରମିକ କାମ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। କିନ୍ତୁ ଗୁଡ଼ଭେଳା ବିଡିଓ ଅଭିଯୋଗ କରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅନୁସନ୍ଧାନ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଏହି ଗାଁରେ ଜଳ ବିଭାଜିକା ବିଭାଗ ଦ୍ୱାରା ଖନନ ହୋଇଥିବା ମୋକ୍ଷେତ୍ର ପୋଖରୀରେ ବି ଅନିୟମିତତା ହୋଇଥିବାର ଅଭିଯୋଗ ହେଉଛି। ଜେସିବି କାମ କରିଥିଲେ ମଧ୍ୟ ଶ୍ରମିକ ଖାତାରେ ଟଙ୍କା ପଡିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ଏହି ଅଭିଯୋଗର ସତ୍ୟତା ଉପରେ ଯାଞ୍ଚ କରି କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories