ଅହମଦାବାଦ : ଗୁଜରାଟର ଅହମଦାବାଦ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ନେଇ ମଙ୍ଗଳବାର ଧମକ ମିଳିଛି । ଏହି ଧମକ କ୍ରାଇମ୍ବ୍ରାଞ୍ଚକୁ ଇମେଲ୍ ଜରିଆରେ ମିଳିଛି । ଧମକ ମିଳିବା ମାତ୍ରେ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ମାତ୍ର ଏଯାଏଁ ମଧ୍ୟ କୌଣସି ସିନ୍ଦିଗ୍ଧ ଜିନିଷ ଜବତ କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ଯାଞ୍ଚ ପାଇଁ ପୁଲିସ ଓ ଦମକଳ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ବେଳେ ପୁଲିସ ଓ ଦମକଳ ବିଭାଗ ତୁରନ୍ତ ପହଞ୍ଚି ତଲାସି ଆରମ୍ଭ କରିଥିଲେ ।
ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଧ୍ୟ ଏକ ବୋମା ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଗାନ୍ଧୀନଗରରେ ଥିବା ରାଜ୍ୟ ସଚିବାଳୟକୁ ଉଡ଼ାଇ ଦେବା ପାଇଁ ଧମକ ଦିଆଯାଇଥିଲା। ଏହା ପରେ ସମସ୍ତ ଦଳକୁ ତୁରନ୍ତ ସକ୍ରିୟ କରାଯାଇଥିଲା, କିନ୍ତୁ କିଛି ମିଳିନଥିଲା। ଏହି ଧମକ ଜୁଲାଇ ୧୭ରେ ପଠାଯାଇଥିଲା।
ପୂର୍ବରୁ ଫେବୃଆରୀରେ ମଧ୍ୟ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ସେହି ସମୟରେ ଏହି ଧମକ ଏକ ଚିଠି ମାଧ୍ୟମରେ ପଠାଯାଇଥିଲା। ପଠାଯାଇଥିବା ଚିଠିକୁ ଫୋରେନ୍ସିକ ତଦନ୍ତ ପାଇଁ ପଠାଯାଇଥିଲା ଯାହା ଦ୍ୱାରା ହାତଲେଖା ଚିହ୍ନଟ କରି ଧମକ ଦେଉଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ହେବ।
ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..



