ସମାଜ ଡିଜିଟାଲ ଡେସ୍କ: ଆଗାମୀ ୨୪ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ର ରୂପ ନେବ । ଏହାର ପ୍ରଭାବରେ ୨୮ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତ ୨୪ ଘଣ୍ଟାରେ କେନ୍ଦୁଝରର ହାଟଡିହିରେ ସର୍ବାଧିକ ୧୨ ସେମି, ତେଲକୋଇରେ ୯, ବାଣପୁରରେ ୯, ପାଲଲହଡ଼ାରେ ୮, ନବରଙ୍ଗପୁରରେ ୮, ଖରିଆରରେ ୮ ସେମି, ଉମରକୋଟରେ ୭, ବୋଡେନରେ ୭ ସେମି ବର୍ଷା ହୋଇଛି। ଅପରାହ୍ଣ ସୁଦ୍ଧା କଟକରେ ୧୫.୨ ଏବଂ ଭୁବନେଶ୍ବରରେ ୯.୫ ମି.ମି ବର୍ଷା ହୋଇଥିଲା। ଆଜି କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Popular Categories



