ବ୍ରହ୍ମଗିରି: ବ୍ରହ୍ମଗିରିରେ ଗ୍ରାମ୍ୟ ନ୍ୟାୟାଳୟର ନୂତନ ଗୃହ ଉଦଘାଟିତ ହୋଇଛି। ଆଭାସି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ତଣ୍ଡନଙ୍କ ଦ୍ଵାରା ଉଦଘାଟନ କରାଯାଇଛି। ମୁଖ୍ୟ ବିଚାରପତିଙ୍କ ସହ ବିଚାରପତି ଏସ କେ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ନୂତନ ଭାବେ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ନ୍ୟାୟଳୟରେ ଜିଲ୍ଲା ଜଜ ଅଜନ୍ତା ଷଢଙ୍ଗୀ,ଅତିରିକ୍ତ ଜିଲ୍ଲା ଜଜ ସୈକତ ପାତ୍ର ଓ ବ୍ରହ୍ମଗିରି ନ୍ୟାୟାଧିକାରୀ ନିତ୍ୟାନନ୍ଦ ଚୌବେ ଉପସ୍ଥିତ ରହିଥିଲେ l ବ୍ରହ୍ମଗିରିରେ ପ୍ରଥମ କରି ୭ ଜୁନ ୨୦୨୧ ଠାରୁ ଏହି ଗ୍ର୍ୟାମ୍ୟ ନ୍ୟାୟାଳୟ ବ୍ରହ୍ମଗିରି ପଂଚାୟତ କାର୍ଯ୍ୟାଳୟରେ ଭଡ଼ାରେ ଚାଲିଥିଲା । ଏହି ଗ୍ରାମ ନ୍ୟାୟାଳୟର ନୂତନ ଗୃହର ଶୁଭ ଉଦଘାଟନ ୪ ଫେବୃଆରୀ ୨୦୨୩ରେ କରାଯାଇଥିଲା। ପାଖାପାଖି ଅଢେଇ ବର୍ଷ ପରେ ନ୍ୟାୟାଳୟ ର ଗୃହ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା। ଆଜି ସେହି ଶୁଭ ଦିନକୁ ସମସ୍ତ ଅଞ୍ଚଳବାସୀ ତଥା ବ୍ରହ୍ମଗିରି ର ଓକିଲ ସଂଘ ର ସମସ୍ତ ସଦସ୍ୟ ଅପେକ୍ଷା କରିଥିଲେ। ଏହି ନ୍ୟାୟାଳୟ ହେବା ଦ୍ୱାରା ବ୍ରହ୍ମଗିରି ଅଞ୍ଚଳବାସୀ ଘର ପାଖରେ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି ଆଇନଜୀବୀ।
Popular Categories


