ସମାଜ ଡିଜିଟାଲ ଡେସ୍କ: କୋରାପୁଟ ଜିଲା କୋଟିଆକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳକୁ ଖବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର, ଆଉ ଓଡ଼ିଶାର ହିଁ ରହିବ । ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ହିଁ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଖଣି ଖାଦାନରେ ଭରପୂର କୋଟିଆ ଅଞ୍ଚଳ । ସେଠାକାର ଗୋଟିଏ ପାହାଡକୁ ସୁନା ପାହାଡ ବୋଲି କୁହାଯାଏ । ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି ।
Popular Categories



