www.samajalive.in
Friday, December 5, 2025
20.1 C
Bhubaneswar

ପାର୍ସଲ ଆଳରେ ବଢ଼ୁଛି ଠକେଇ

ଭୁବନେଶ୍ୱର: ଆପଣଙ୍କ ନାମରେ ପାର୍ସଲ ଆସିଛି, ସେଥ୍‌ରେ ମୂଲ୍ୟବାନ ସାମଗ୍ରୀ ରହିଛି। ସେଥରେ କିଛି ନିଶାଦ୍ରବ୍ୟ ରହିଛି। ମୁମ୍ବଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନ୍‌ଲାଇନ୍ ଜରିଆରେ ଟଙ୍କା ଦିଅନ୍ତୁ ଓ କାର୍ଯ୍ୟାଳୟରୁ ଆପଣଙ୍କ ପାର୍ସଲ ନେଇଯାଆନ୍ତୁ’। ସାଇବର ଅପରାଧୀମାନେ ଏମିତି ଫୋନ୍ କଲ୍ କରି ଭୟଭୀତ କରିବା ପରେ ଟଙ୍କା ଲୁଟୁଛନ୍ତି। ନିକଟରେ ପାହାଳ ଥାନା ଅଞ୍ଚଳର ସମ୍ପୂର୍ଣ୍ଣା ମିଶ୍ରଙ୍କୁ କଲ୍ କରି ତାଙ୍କ ପାର୍ସଲ ଆସିଛି ବୋଲି ଜଣେ ବ୍ୟକ୍ତି କହିଥିଲେ। ସେଥ୍‌ରେ ୩ଟି ପାସ୍‍ ପୋର୍ଟ, ଗୋଟିଏ ଲାପ୍‌ଟପ୍, ୪ଟି ଏଟିଏମ୍ ଏବଂ ୧୭୫ ଗ୍ରାମ୍‌ର ବ୍ରାଉନସୁଗର ରହିଛି। ଟଙ୍କା ନ ଦେଲେ ଫସିଯିବେ ବୋଲି କହି ୨ ଲକ୍ଷ ୭୫ ହଜାର ଟଙ୍କା ଠିକ ନେଇଯାଇଥିଲେ।

ଅନୁରୂପ ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ଆଶୁତୋଷ ଦୀକ୍ଷିତଙ୍କୁ ଏଭଳି ଏକ ହ୍ଵାଟୁଆପ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ଏକ କୋରିଅର କମ୍ପାନୀର ଗ୍ରାହକ ସେବା ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କ ନାମରେ କିଛି ସାମଗ୍ରୀ ଜର୍ମାନୀ ପଠାଯାଉଛି। ଦିଲ୍ଲୀରେ ଏହାର ନଜରବନ୍ଦୀ ଓ ଗିରଫ ଭୟ ଦେଖାଇ ଫସାଉଛନ୍ତି ଦୁଇମାସରେ ଲୁଟିନେଲେଣି ୨୫ ଲକ୍ଷ ଟଙ୍କା ଯାଞ୍ଚ ପାଇଁ ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିଥିବା କହି ମାଗିଥିଲେ। କିନ୍ତୁ ଆଶୁତୋଷ କୌଣସି ସାମଗ୍ରୀ ପଠାଇ ନାହାନ୍ତି ବୋଲି କହିଥିଲେ । ସେ କୌଣସି ଓଟିପି ଦେବାକୁ ମନା କରିଥିଲେ। ମାତ୍ର ପାର୍ସଲରେ ତାଙ୍କ ଫୋନ୍ ନମ୍ବର ରହିଛି ଓ ନିଶା ଦ୍ରବ୍ୟ ଥିବା ଚିହ୍ନଟ କରାଯାଇଛି ବୋଲି କହିଥିଲା। ଏଥିପାଇଁ ଦିଲ୍ଲୀ ପୁଲିସ ଆପଣଙ୍କ ନାମରେ ନୋଟିସ ବାହାର କରିବ। ଏଥୁରୁ ବଞ୍ଚିବା ପାଇଁ ୫୦ହଜାର ଟଙ୍କା ଦେବାକୁ ଠକ ଦାବି କରିଥିଲା । ସେ ଟଙ୍କା ଦେବାକୁ ମନା କରିବାରୁ ସେପଟୁ ଫୋନ୍ କଟି ଯାଇଥିଲା । ଏହାର କିଛି ସମୟ ପରେ ହ୍ଵାଟ୍ସଆପରେ ଏକ ଦିଲ୍ଲୀ ପୁଲିସ ଲୋଗୋ ଥିବା ଏକ ନୋଟିସ ଆସିଥିଲା । ପରେ ଭିଓଆଇପି ମାଧ୍ୟମରେ ଏକ ଅନ୍‌ଲାଇନ୍ କଲ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ଦିଲ୍ଲୀ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଥାନାରେ ହାଜର ହେବାକୁ କହିଥିଲା।

- Advertisement -

କିଛି ସମୟ କ‌ଥା ହେବା ପରେ ଘଟଣାକୁ ସମାଧାନ କରିବାକୁ ଟଙ୍କା ମାଗିଥିଲା। ସେ ଭୟରେ ୫୦ହଜାର ଟଙ୍କା ଦେଇଥିଲେ। ଏହି ଦୁଇ ବ୍ୟକ୍ତି ନୁହନ୍ତି, ଗତ ଦୁଇ ମାସରେ ୧୧ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ ହୋଇଛି। ନଜର ବନ୍ଦୀ ଓ ଗିରଫ ଭୟରେ ଠକେଇର ଶିକାର ହେବା ପରେ ସେମାନେ କ୍ରାଇମ୍ବ୍ରାଞ୍ଚ, ସାଇବର ଥାନା ଓ ସାଇବର ପୋର୍ଟାଲରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଅନ୍ତର୍ଜାତୀୟ କୋରିଅର କମ୍ପାନୀରେ ବିଭିନ୍ନ ସାମଗ୍ରୀ ବାହାର ଦେଶକୁ ରପ୍ତାନି କିମ୍ବା ଆମଦାନୀ କରାଯାଇଥାଏ । ଫେଡ୍‌ଏକ୍ସ, ବ୍ଲୁ ଡାର୍ଟ, ଆରମାକ୍ସ ଭଳି ନାମୀଦାମୀ କମ୍ପାନୀ ନାମରେ ଲୋକଙ୍କଠାରୁ ଠକେଇ ହେଉଥ‌ିବା ଅଭିଯୋଗ ରହିଛି। ଏହି ସବୁ କଲ୍‌ଠାରୁ ଦୂରେଇ ରହିବା ସହ ନିକଟସ୍ଥ ଥାନା କିମ୍ବା ହେଲ୍ପଲାଇନ୍ ନମ୍ବର ୧୯୩୦ କଲ୍ କରିବାକୁ କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories