ଖୋର୍ଦ୍ଧା ଓ କଟକ ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହୋଇଆସୁଛି ଆଜାଦି କା ଅମ୍ରିତ ମହୋତ୍ସବ । ଆମ ରାଜ୍ୟ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛି । ଅହିଂସା ରଥ ପରିକ୍ରମା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି ସହ ସ୍ୱାଧୀନତା ସଂଗ୍ରାମର ଅଭୁଲା ଇତିହାସକୁ ପୁନର୍ଜୀବିତ କରିଛି ଜନସାଧାରଣଙ୍କ ମନରେ । ଏହି କ୍ରମରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅହିଂସା ରଥ ପରିକ୍ରମା ଶେଷ ହୋଇଛି।
ସାରା ରାଜ୍ୟରେ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ୪ଟି ଅହିଂସା ରଥଯାତ୍ରାର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଆସନ୍ତା କାଲି ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅହିଂସା ରଥକୁ ପତାକା ଦେଖାଇ ଉଦ୍‌ଘାାଟନ କରିବା ପରେ ଉକ୍ତ ଦିନ ଅହିଂସା ରଥ ଭୁବନେଶ୍ୱରର କେତେକ ଅଂଚଳ ପରିକ୍ରମା କରିଥିଲା। ଗତ ୨୮ ତାରିଖରୁ ୪ ଦିନ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳରେ ୨ଟି ଅହିଂସା ପରିକ୍ରମା କରିଥିବାବେଳେ ଗୋଟିଏ ରଥ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଭୁବନେଶ୍ୱର ମହାନଗର ନିଗମ ତରଫରୁ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜନସାଧାରଣଙ୍କ ମଧ୍ୟରେ ଅହିଂସାର ବାର୍ତ୍ତା ପ୍ରଚାର କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗରୁ ଅହିଂସା ରଥ ଆଜି ପ୍ରଥମେ ଭୁବନେଶ୍ୱର ଗୋପବନ୍ଧୁ ଛକଠାରେ ପହଞ୍ଚିଥିଲା। ସେଠାରେ ଭୁବନେଶ୍ୱର ମହାନଗର ନିଗମର ଡେପୁରୀ କମିଶନର, ସ୍ଥାନୀୟ କର୍ପୋଟେର ଓ ନିଗମର କର୍ମକର୍ତ୍ତା ଓ ଜୟ ଓଡିଶା ଅନୁଷ୍ଠାନ ଏବଂ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଅହିଂସା ରଥକୁ ସ୍ୱାଗତ କରାଯିବା ପୂର୍ବକ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରେ ସୂର୍ଯ୍ୟନଗର ଛକ ଠାରେ ଶ୍ରୀମତୀ ନନ୍ଦିନୀ ଶତପଥୀ, ଏଜି ଛକଠାରେ ବାବାସାହେବ ଆମ୍ବେଦକର, ପଣ୍ଡିତ ନୀଳମଣି ରାଉତରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଆଦିଙ୍କ ପ୍ରତିମୂର୍ତ୍ତି ସମୂହ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଜୟଦେବ ରାଜ୍ୟ ସଂଗ୍ରହାଳୟ ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜୋନାଲ ଡେପୁଟୀ କମିଶନର ରବିନାରାୟଣ ଜେଠୀ, ପ୍ରିୟବ୍ରତ ପାଢୀ, ପୁରନ୍ଦର ନନ୍ଦଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଓ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ରହି ବିଭିନ୍ନ ପ୍ରତିମୂର୍ତ୍ତିସ୍ଥଳରେ ମାଲ୍ୟାର୍ପଣ କାର୍ଯ୍ୟ କରିଥିଲେ ।
ଅହିଂସା ରଥ ବିଏମସି କାର୍ଯ୍ୟାଳୟଠାରେ ପହଂଚିବା ପରେ ଭୁବନେଶ୍ୱ୍‌ର ମହାନଗର ନିଗମଠାରେ ଡେପୁରୀ ମେୟର- ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର(୩)- ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ କମିଶନର (୨) ବିନୟ କୁମାର ଦାସ, ସମସ୍ତ କର୍ପୋରେଟର, ସ୍ୱଚ୍ଛ ଭାରତ ମିଶନ ବ୍ରାଣ୍ଡ ଆମ୍ବାସ୍ୟାଡର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୁଷଣ ସୁଦର୍ଶନ ସାହୁ, ସମସ୍ତ କର୍ପୋରେଟର, ଚଳଚ୍ଚିିତ୍ର ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ, ବିଭିନ୍ନ ବିଦ୍ୟାଳୟର ଭାରତ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ଛାତ୍ରଛାତ୍ରୀମାନେ ଉପସ୍ଥିତିରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଜଣାଇଥିଲେ। ଏଠାରେ ବିଏମସି ତରଫରୁ ଆୟୋଜିତ ‘ସ୍ୱ୍‌ାଧୀନତାର ଉଚ୍ଛ୍‌ାସ’ ସାଧାରଣ ସଭାରେ ଯୋଗଦେଇ ଆଜାଦୀ କା ଅମ୍ରିତ ମହୋତ୍ସବ ଏବଂ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉପଲକ୍ଷେ ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ଆଦର୍ଶ କରିଥିବା ବ୍ୟକ୍ତି ଜୀବନରେ ସଫଳତା ପାଇଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଜୀବନରେ ସମସ୍ତେ ନିଜ ପରିବେଶ ପରଷ୍କାର ଓ ସ୍ୱଚ୍ଛତା ରକ୍ଷା ଉପରେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଉପଲକ୍ଷେ ବିଏମସି ତରଫରୁ ‘ସ୍ୱ୍‌ଚ୍ଛ ଭାରତ’ ଉପରେ ଗୀତିନାଟ୍ୟ, ଉଡ୍ର ଅନୁଷ୍ଠାନ ତରଫରୁ ବନ୍ଦେ ମାତରଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହିତ ଭୁବନେଶ୍ୱରର ପର୍ଯ୍ୟଟନ, ଐତିହ୍ୟ, ସଂସ୍କୃତି ଉପରେ ପର୍ଯ୍ୟବସିତ ଏକ କଫି ଟେବୁଲ୍‌ ବୁକ୍‌ ଅତିଥିମାନେ ଉନ୍ମୋଚନ କରିଥିଲେ । ଡେପୁଟୀ କମିଶନର ରମେଶ ଚନ୍ଦ୍ର ଜେନା ବିଏମସି କାର୍ଯ୍ୟାଳୟରେ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ବିଏମସିର ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିହାର ରଂଜନ ପାତ୍ର ସମସ୍ତଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ସଫଳତାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପ୍ରଚେଷ୍ଟା କରିଥିଲେ ।

prayash

ସେହିପରି ଅହିଂସା ରଥ ଲିଙ୍ଗରାଜ ମନ୍ଦିର ସ୍ଥଳ ଗସ୍ତ କରିଥିଲା । ପରେ ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଗସ୍ତ ପରିପ୍ରେକ୍ଷୀରେ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ରସୁଲଗଡ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମେ ଫେୟାର ହୋଟେଲ ଛକ ଠାରେ ବିଜୁ ପଟ୍ଟନାୟକ, କଳିଙ୍ଗ ହସ୍ପିଟାଲ ଛକଠାରେ ଶହୀଦ ଲକ୍ଷ୍ମଣ ନାଏକ, ଖାରବେଳନଗର ସ୍ଥିତ ସ୍ୱାଧୀନତା ସଂଗ୍ରମୀ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା। ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଭୁବନେଶ୍ବର ପଠାଣି ରାଉତ ସମସ୍ତ ସ୍ଥାନରେ ଉପସ୍ଥିତ ରହି ନିର୍ଦ୍ଧାରିତ ସମୟ ଅନୁସାରେ ବିଭିନ୍ନ ସ୍ଥାନରେ ଏହି ଅହିଂସା ରଥ ପରିକ୍ରମା ନେଇ ଆବଶ୍ୟକ ବ୍ୟବସ୍ଥା କରିଥିଲେ। ଅହିଂସା ରଥ ଆଜି ଖୋରଧା ଜିଲ୍ଲାରୁ ବିଦାୟ ନେଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋରଧା ଉପଖଣ୍ଡର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଆଜି ଖୋରଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା। ଆଜି ପ୍ରଥମେ ଖୋରଧା ବ୍ଲକର ପୁବୁସାହି ଓ ଏନ୍‌. ତାପଙ୍ଗ ପଞ୍ଚାୟତରେ ଯୋରଦାର ସ୍ୱାଗତ କରାଯାଇଥିଲା । ସେଠାରେ ବିଡିଓ କ୍ଷିରାବ୍ଧି ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଜନପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଥ ପରେ ଅପରାହ୍ନରେ ଖୋରଧା ପୌରସଂସ୍ଥାର ବକ୍ସି ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଜିବା ପରେ ଯୋରଦାର ସ୍ୱାଗତ କରିଯାଇଥିଲା । ପାଇକ, ଘୋଡାନାଚ, ବାଘନୃତ୍ୟ, ଓଡିଶୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯିବା ସହ ଏକ ବିଶାଳ ରାଲି ବାହାରି ସ୍କୁଲ ହତା ମଧ୍ୟକୁ ଉକ୍ତ ରଥକୁ ପାଛୋଟି ନିଆଯାଇଥିଲା । ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ପୌର କର୍ମଚାରୀ ପ୍ରମୁଖ ଏହାକୁ ସ୍ୱାଗତ କରିଥିଲେ । ପରେ ଏହି ରଥକୁ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢୀ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଇପସିତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରେଇ, ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ବିଦାୟ ଦେଇଥିଲେ। ଏହି ରଥ ପରେ ମକୁନ୍ଦପ୍ରସାଦ ଦେଇ ଭୁବନେଶ୍ୱର ଫେରିଯାଇଥିଲା। ଏଥିସହ ଏହି ରଥ ୪ ଦିନ ଧରି ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା। ସୂଚନା ଯୋଗ୍ୟ ଜିଲ୍ଲାର ସମସ୍ତ ବ୍ଲକରେ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ପ୍ରତ୍ୟେକ ହାତରେ ତ୍ରିରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିବା ଦେଖାଯାଇଥିଲା।

ଆଜି କଟକ ଜିଲାରେ ଦୁଇଟିଯାକ ଅହିଂସା ରଥ ଯଥାକ୍ରମେ ମହାନଗର ନିଗମର ବିଭିନ୍ନ ଅଂଚଳର ୨୫ଟି ମୁଖ୍ୟ ସ୍ଥାନ ପରିଭ୍ରମଣ କରିଥିବାବେଳେ ଅନ୍ୟ ଏକ ରଥ ବଡମ୍ବା ଓ ନରସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଅଂଚଳମାନ ପରିଭ୍ରମଣ କରିଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ସମେତ ଜିଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ଓ ଅନ୍ୟାନ୍ୟ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ଓ ଅଙ୍ଗନବାଡ଼ି ମହିଳା ସାଥୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ କଳାକାର ସଙ୍ଘ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସେହିପରି ମହାନଗର ନିଗମ ଅଂଚଳର ବିଭିନ୍ନ ସ୍ଥାନମାନଙ୍କରେ କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ପ୍ରଜାତନ୍ତ୍ର ପରିସରରେ ମାନ୍ୟବର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଜିଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ ସାହୁଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେଭିଭଳି ନେତାଜୀ ଜନପୀଠ ସ୍ଥାନ, ବକ୍ସି ବଜାର, ସମାଜ କାର୍ଯ୍ୟାଳୟ ଆଦି ସ୍ଥାନମାନଙ୍କରେ ସ୍ଥାନୀୟ ବାରବାଟୀ-କଟକ ବିଧାୟକ ମହମ୍ମଦ ମୁକିମ ଜନପ୍ରତିନିଧିଙ୍କ ସହ ଉପସ୍ଥିତ ରହି ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ମହାନଗର ନିଗମର ଆୟୁକ୍ତ ନିଖିଲ ପବନ କଲ୍ୟାଣ ବିଜୁ ଭବନଠାରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଏବଂ ହରିପୁର ଦୋଳମୁଣ୍ଡାଇ ଅଞ୍ଚଳରେ ମୋ ପରିବାର ଜିଲ୍ଲା ସଂଯଜୋକ, ଡ. ରଞ୍ଜନ ବଶ୍ୱାଳ ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ରଥ ପରିଭ୍ରମଣ କରିଥିବା ସ୍ଥାନମାନଙ୍କରେ ସମ୍ବର୍ଦ୍ଧନା ସମୟରେ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

kalyan agarbati

Comments are closed.