୬୦ରାଣୀଙ୍କ ରାଜା ; ଆସନ୍ତୁ ଜାଣିବା ରାଜା ଓ ରାଣୀମାନଙ୍କ ସଂପର୍କରେ..

0

ଏକାଧିକ ପତ୍ନୀଙ୍କୁ ନେଇ ସଂସାର କରିବା ଏକ କଷ୍ଟକର ବ୍ୟାପାର। ଆଜିକାଲିର ସମାଜରେ ଯୁବକମାନେ ଜଣେ ଜଣେ ବାନ୍ଧବୀଙ୍କୁ ଚଳାଇପାରୁ ନ ଥିବା ବେଳେ ଏବଂ ଗୋଟିଏ ପତ୍ନୀକୁ ସମ୍ଭାଳିବା ଅନେକ ସ୍ୱାମୀଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଆଜିର ବସ୍ତୁବାଦୀ ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବାଦ-ବିବାଦ ଓ କଳହ ଲାଗୁଛି। ତେବେ ଯଦି ଜଣେ ଲୋକ ପାଖରେ ୬୦ଜଣ ସ୍ତ୍ରୀ ଥାଆନ୍ତି ତେବେ ତାଙ୍କ ଅବସ୍ଥା କ’ଣ ହେଉଥିବ? ହେଲେ ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ୧-୨ ନୁହନ୍ତି ୬୦ ଜଣ ପତ୍ନୀଙ୍କୁ ନେଇ ସଂସାର କରିଛନ୍ତି। ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁୁ ଏହା ସତ୍ୟ। ଆଉ ସେ ବ୍ୟକ୍ତି ଜଣଙ୍କ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ସେ ହେଉଛନ୍ତି ଜଣେ ରାଜା।

କୋନ୍ୟାକ ଜନଜାତିର ରାଜା ଅଙ୍ଗ ନଗୋୱାଙ୍ଗ। ଏବେ ସେ ହେଉଛନ୍ତି ଦୁନିଆର ଏକମାତ୍ର ବ୍ୟକ୍ତି ଯାହାଙ୍କର ଅଛନ୍ତି ୬୦ ଜଣ ପତ୍ନୀ। ଭାରତ-ମିଆଁମାର ସୀମାରେ ଏହି ଅଞ୍ଚଳ ଅଛି। ଏହି ରାଜାଙ୍କର ଅଧୀନରେ ଅଛି ୭୫ଟି ଗାଁ। ଏହି ଗାଁ ଗୁଡିକରୁ ଅଧେ ଭାରତରେ ଏବଂ ଅଧେ ମିଆଁମାରେ ଅଛି। ଏହି ଗାଁର ଲୋକମାନେ ମିଆଁମାରେ ଖାଦ୍ୟ ଖାଆନ୍ତି କିନ୍ତୁ ଶୋଇବା ପାଇଁ ଭାରତ ଆସିଥାନ୍ତି। ଏଠାକାର ଲୋକଙ୍କୁ ଉଭୟ ଭାରତ ଏବଂ ମିଆଁମାରର ନାଗରିକତା ମିଳିଛି।


ରାଜାଙ୍କ ପୁଅ ମିଆଁମାର ସେନାବାହିନୀରେ କାର୍ଯ୍ୟ କରୁଛନ୍ତି। ଏହି ଗାଁ ଲୋକମାନେ ସେଠାରେ ବେଶ ଖୁସିରେ ରହୁଛନ୍ତି। ସେମାନେ ଉଭୟ ଭାରତ ଏବଂ ମିଆଁମାର ଯେଉଁଠାରେ ନିଜ ଇଚ୍ଛା ଅନୁସାରେ ସେଠାରେ କାର୍ଯ୍ୟ କରି ଚଳନ୍ତି। ଏହି ଗାଁର ଭିନ୍ନ ପରମ୍ପରା ରହିଛି। ରାଜାଙ୍କର ସମସ୍ତ କାର୍ଯ୍ୟ ଗ୍ରାମବାସୀ କରିଥାନ୍ତି। ରାଜା ନିଜ ୬୦ ପତ୍ନୀଙ୍କୁ ନେଇ ଆରାମରେ ଜୀବନ ବିତାଉଛନ୍ତି। ସେହି ୬୦ଜଣ ପତ୍ନୀ ମିଳିିମିଶି ରାଜାଙ୍କର ଦେଖାଶୁଣା କରିଥାନ୍ତି। ରାଜା ମଧ୍ୟ ନିଜର ୬୦ ଜଣ ରାଣୀଙ୍କ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି।

Leave A Reply