ଗ୍ରାମାଞ୍ଚଳରୁ ମନୋନୀତ ହେବେ ୭୦% ଅଗ୍ନିବୀର

ଚିଲିକାରେ ନୌସେନା ଅଗ୍ନିବୀରଙ୍କ ପ୍ରଥମ ପ୍ରଶିକ୍ଷଣ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାରେ ଅଗ୍ନିବୀର ନିଯୁକ୍ତି ନିମନ୍ତେ ସେନାର ତିନି ବାହିନୀ ପକ୍ଷରୁ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସ୍ଥଳସେନା ଅଗଷ୍ଟ ପ୍ରଥମାର୍ଦ୍ଧରେ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ। ଲେଫ୍ଟନାଣ୍ଟ ଜେନେରାଲ ବଂଶୀ ପୋନାପ୍ପା କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଦଫାରେ ସ୍ଥଳସେନାରେ ୨୫ ହଜାର ଅଗ୍ନିବୀର ପାଇବେ। ଦ୍ୱିତୀୟ ଦଫା ଅର୍ଥାତ ୨୦୨୩ ଫେବୃଆରୀ ସୁଦ୍ଧା ଅବଶିଷ୍ଟ ଅଗ୍ନିବୀରଙ୍କୁ ସାମିଲ କରାଯିବ। ସେହିପରି ଆସନ୍ତା ବର୍ଷ ଫେବୃୃଆରୀରେ ସ୍ଥଳସେନା ଦ୍ବିତୀୟ ପର୍ଯ୍ୟାୟ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ। ଏଥିପାଇଁ ସ୍ଥଳସେନା ବିଭିନ୍ନ ରାଜ୍ୟରେ ୮୩ଟି ନିଯୁକ୍ତି ରାଲି ଆୟୋଜନ କରିବ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହି ସେନା ରାଲି କରାଯିବ। କାରଣ ୭୦% ଅଗ୍ନିବୀରଙ୍କୁ ଗ୍ରାମାଞ୍ଚଳରୁ ମନୋନୟନ କରାଯିବ। ନୌସେନା ଏହାର ଅଗ୍ନିବୀରଙ୍କ ପ୍ରଥମ ପ୍ରଶିକ୍ଷଣ ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ କରିବ। ଏହି ପ୍ରଶିକ୍ଷଣ ଓଡିଶାସ୍ଥିତ ଆଇଏନଏସ୍‌ ଚିଲିକାରେ ଆରମ୍ଭ ହେବ ବୋଲି ନୌସେନ ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି। ସେ କହିଛନ୍ତି ଯେ ମହିଳାମାନଙ୍କୁ ମଧ୍ୟ ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦିଆଯିବ। ବର୍ତ୍ତମାନ ନୌସେନାର ୩୦ ଅଫିସର ଅଛନ୍ତି ଯେଉଁମାନେ କି ନୌସେନାର ବିଭିନ୍ନ ଯୁଦ୍ଧ ଜାହାଜରେ କାର୍ଯ୍ୟ କରୁଛନ୍ତି। ଅଗ୍ନିପଥ ଯୋଜନାରେ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ସେମାନେ ଯୁଦ୍ଧ ଜାହାଜରେନିୟୋଜିତ ହେବାର ସୁଯୋଗ ବି ପାଇବେ।
ସେହିପରି ବାୟୁସେନା ଚଳିତବର୍ଷ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ଅଗ୍ନିବୀରଙ୍କୁ ନିଯୁକ୍ତି ଦେଇ ସେହିମାସରେ ପ୍ରଶିକ୍ଷଣ ଆରମ୍ଭ କରିବ। ଏୟାର ମାର୍ଶାଲ ଏସ୍‌କେ ଝା କହିଛନ୍ତି ପ୍ରଥମ ପର୍ଯ୍ୟାୟ ଅଗ୍ନିବୀର ନିଯୁକ୍ତି ନିମନ୍ତେ ଜୁନ୍ ୨୪ରୁ ଜୁଲାଇ ୨୪ ପର୍ଯ୍ୟନ୍ତ ଅନଲାଇନ ପଞ୍ଜୀକରଣ ହେବ। ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କୁ ଡିସେମ୍ବରରେ ନିଯୁକ୍ତି ଦିଆଯିବ ଓ ଡିସେମ୍ବର ୩୦ ସୁଦ୍ଧା ପ୍ରଶିକ୍ଷଣ ଆରମ୍ଭ ହେବ।

prayash

ହିଂସାରେ ଜଡ଼ିତ ଥିଲେ ମିଳିବନି ନିଯୁକ୍ତି
ସୈନ୍ୟ ବାହିନୀରେ ଅଗ୍ନିବୀର ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଓ ହିଂସା ଲାଗି ରହିଛି। ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ଆଶାୟୀ ଯୁବକମାନେ ଏହି ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଏପରି କ୍ଷେତ୍ରରେ ସରକାର ହିଂସାକାରୀ ଯୁବକଙ୍କୁ ସେନା ନିଯୁକ୍ତିରୁ ଦୂରେଇ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଗାମୀ ଦିନରେ ଅଗ୍ନିବୀର ନିଯୁକ୍ତି ନିମନ୍ତେ ପ୍ରାର୍ଥୀଙ୍କୁ ଏକ ଲିଖିତ ଘୋଷଣାନାମା ଦେବାକୁ ହେବ। ଏଥିରେ ପ୍ରାର୍ଥୀ ଘୋଷଣା କରିବେ ଯେ ସିଏ କୌଣସି ବିକ୍ଷୋଭ ଓ ହିଂସାରେ ସମ୍ପୃକ୍ତ ନାହାନ୍ତି। ପ୍ରାର୍ଥୀଙ୍କ ଏହି ଘୋଷଣାନାମାର ସତ୍ୟତା ଉପରେ ପୁଲିସ ଯାଞ୍ଚ କରାଯିବ। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସାମରିକ ବ୍ୟାପାର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ କୌଣସି ପ୍ରାର୍ଥୀଙ୍କ ବିରୋଧରେ ଯଦି ହିଂସାରେ ଜଡିତ ନେଇ ଏଫଆଇଆର ରୁଜୁ ହୋଇଥିବ ତେବେ ତାଙ୍କୁ ନିଯୁକ୍ତି ଦିଆଯିବ ନାହିଁ। ସଶସ୍ତ୍ର ବାହିନୀରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।

kalyan agarbati

Comments are closed.