www.samajalive.in
Monday, December 15, 2025
17.1 C
Bhubaneswar

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷା

ବାଲେଶ୍ବର/ଧାମରା: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଅନ୍ତର୍ଗତ ଭଦ୍ରକ ଜିଲା ଧାମରା ଅବଦୁଲକଲାମ କ୍ଷେପଣାସ୍ତ୍ର ପରୀକ୍ଷା ଘାଟିର ୪ନଂ ଉଦ୍‌କ୍ଷେପଣ କେନ୍ଦ୍ରରୁ ଶନିବାର ପୂର୍ବାହ୍ଣ ୧୧ଟା ୬ରେ ଅଗ୍ନି ‘ପ୍ରାଇମ କ୍ଷେପଣାସ୍ତ୍ର’ର ବ୍ୟାବହାରିକ ପରୀକ୍ଷଣ ହୋଇଛି। ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିବା ଏହି ମଧ୍ୟମଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ପଡ଼ୋଶୀ ପାକସ୍ତାନର ସବୁ ଅଞ୍ଚଳକୁ ଲକ୍ଷ୍ୟଭେଦ କରିପାରିବ। ଅଗ୍ନି ୪ ଓ ଅଗ୍ନି-୫ ମଧ୍ୟବର୍ତ୍ତୀ ଜ୍ଞାନ କୌଶଳରେ ସମୃଦ୍ଧ ଏହି ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ପରେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଭୂପୃଷ୍ଠରୁ ଭୂପୃଷ୍ଠକୁ ୧ହଜାର କିଲୋ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଅଛି।

ଅଗ୍ନି ପ୍ରାଇମ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଏହା ଅଗ୍ନି-୧ର ଉନ୍ନତ ସଂସ୍କରଣ ଏବଂ ଅଗ୍ନି-୩ କ୍ଷେପଣାସ୍ତ୍ରର ଓଜନଠାରୁ ୫୦ପ୍ରତିଶତ କମ। ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ଟନ, ଲମ୍ବ-୧୫ମିଟର, ମୋଟେଇ ୧ ମିଟର। ଅଗ୍ନି-ପ୍ରାଇମ କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍ଜିନ ୨ ପର୍ଯ୍ୟାୟ ବିଶିଷ୍ଟ ହୋଇଥିବା ବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିଲୋମିଟର। ଅଗ୍ନି ପ୍ରାଇମର ଉତ୍‌କ୍ଷେପଣ ସମୟରେ ଭାରତର ପୂର୍ବାଞ୍ଚଳରେ ଥିବା ସମସ୍ତ ରାଡାରରେ ଏହାର ଗତିବିଧି ଉପରେ ନଜର ରଖାଯାଇଥିଲା।
ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ଓ ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ।

- Advertisement -

ଏହି ପରୀକ୍ଷଣ ବେଳେ ଚାନ୍ଦିପୁର ପ୍ରତିରକ୍ଷାର ଘାଟିର ବହୁ ବୈଜ୍ଞାନିକ ଓ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ। ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଗବେଷଣା ସଂସ୍ଥାର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରତିରକ୍ଷା ସଂସ୍ଥାର ମୁଖ୍ୟ ଡ. ସତୀଶ ରେଡ୍ଡୀ ବୈଜ୍ଞାନିକଙ୍କୁ ବଧେଇ ଜଣାଇଛନ୍ତି। ଅଗ୍ନି ପ୍ରାଇମର ପ୍ରଥମ ସଂସ୍କରଣ ପରୀକ୍ଷା ଚଳିତ ମାସ ଜୁନ ୨୮ ତାରିଖରେ ହୋଇଥିବା ବେଳେ ଏହା ଦ୍ୱିତୀୟ ସଂସ୍କରଣ। ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଅନ୍ୟ କ୍ଷେପଣାସ୍ତ୍ରଠାରୁ ଅଧିକ ସଠିକ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories