www.samajalive.in
Saturday, December 13, 2025
21.1 C
Bhubaneswar

ବସ୍ତି ବାସିନ୍ଦାଙ୍କୁ ନ୍ୟାୟ ନ ମିଳିଲେ କୋର୍ଟର ଆଶ୍ରୟ ନେବ କଂଗ୍ରେସ

ଭୁବନେଶ୍ୱର: ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି। ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ। ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଯେ କେବଳ ଆଜି ନୁହେଁ ଯେ ପର୍ଯ୍ୟନ୍ତ ବସ୍ତିବାସିନ୍ଦାମାନଙ୍କୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଆନ୍ଦୋଳନରେ ସାମିଲ ହୋଇ ରହିଥିବ।

 

- Advertisement -

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ । ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ ପୁଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଜିଲା ସଭାପତି ବିଶ୍ୱଜିତ ଦାଶ କହିଥିଲେ ଯେ ଯଦି ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳେ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଓହ୍ଲାଇବ। ଏହି ଧାରଣା ସଭାକୁ ବସ୍ତି ସଭାପତି ପୁଷ୍କର ସୁବୁଦ୍ଧି ପରିଚାଳନା କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories