www.samajalive.in
Tuesday, December 9, 2025
19.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ବୈଠକ … ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଚାଲିଛି ଆଲୋଚନା… ବୈଠକରେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ.. ଓଡ଼ିଶାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ଉପସ୍ଥିତ..

(୨) ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର… ଏକା ବେଳେ ବଢ଼ିଲା ୩୮ ପ୍ରତିଶତ ଭତ୍ତା… ଏଣିକି ଦୈନିକ ୪୧୬ ଟଙ୍କା ପାଇବେ ଗୃହରକ୍ଷୀ… ମାସକୁ ମିଳିବ ୧୨,୨୮୦ ଟଙ୍କା.. ପୂର୍ବରୁ ଗୃହରକ୍ଷୀ ମାନଙ୍କୁ ମାସିକ ମିଳୁଥିଲା ୯୦୦୦ ଟଙ୍କା…

- Advertisement -

(୩) ଇତିହାସ ରଚିଲା ଇସ୍ରୋ… ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା କ୍ଷୁଦ୍ର ସାଟେଲାଇଟ୍‌ ‘ଆଜାଦୀ ସ୍ୟାଟ୍‌’… ‘ଏସଏସଏଲଭି-ଡି୧’-ଇଓଏସ-୦୨ର ଉତ୍‌କ୍ଷେପଣ ହୋଇଛି.. ଏହାର ଡିଜାଇନ୍‌ ନିର୍ମାଣ କରିଥିଲେ ୭୫୦ଜଣ ଛାତ୍ରୀ…

(୪) ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ…ଆଜିବି ରାଜ୍ୟରେ ଚିହ୍ନଟ ହେଲେ ୭୩୦ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩୦ ଆକ୍ରାନ୍ତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ଆଉ ୮୮୨ଜଣ… ସେପଟେ ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୮,୭୩୮ ନୂଆ ମାମଲା.. ୪୦ ମୃତ….

(୫) କୋଲକାତାର ଜାତୀୟ ମ୍ୟୁଜିୟମରେ ଓଡ଼ିଆ ସିଆଇଏସଏଫ୍‌ କନେଷ୍ଟବଳଙ୍କ ଉନ୍ମୋକ୍ତ କାଣ୍ଡ.. ଉପରୋକ୍ତ ଅଫିସରଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଯବାନ… ଜଣେ ଏଏସ୍‌ଆଇ ମୃତ.. ଅନ୍ୟ ଜଣେ ଆହତ.. କନଷ୍ଟେବଳଙ୍କୁ କାବୁ କରିବାକୁ ନାକେଦମ ହେଲା ପୁଲିସ..

(୬) ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା… ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଗୃହମନ୍ତ୍ରୀ… କାଲି ସକାଳେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ପରେ କଟକରେ ସିଆରପିଏଫର ସୁରକ୍ଷା ସମୀକ୍ଷା କରିବେ ଶାହା…

(୭) ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା… ଆଜି ବି ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ…. ଆସନ୍ତା ୧୦ ତାରିଖ ଯାଏ ଭିଜିବ ଓଡ଼ିଶା… ସମୁଦ୍ର ରହିବ ଅଶାନ୍ତ… ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories