ହଟିଲେ ୨୩ ନିଗମ ଅଧ୍ୟକ୍ଷ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କେବଳ ଯେ ତାଙ୍କର ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବେ ତାହା ନୁହେଁ, ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ସଂସ୍ଥାରେ ନିୟୋଜିତ ୨୩ ଅଧ୍ୟକ୍ଷ ତଥା ପରାମର୍ଶଦାତାଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି। ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସମସ୍ତ ବିଭାଗ ମୁଖ୍ୟଙ୍କୁ ଶନିବାର ଅବଗତ କରାଯାଇଛି। ବିଭାଗୀୟ ସ୍ବତନ୍ତ୍ର ଅଧିକାରୀ ଡି କେ ଜେନା ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆସନ୍ତାକାଲିଠାରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପଦରୁ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ରଙ୍କୁ ଛଟେଇ କରାଯାଇଥିବାବେଳେ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ପଦରୁ ଦେବାଶିଷ ମହାନ୍ତିଙ୍କୁ ହଟାଇ ଦିଆଯାଇଛି।
ସେହିପରି ବିହନ ନିଗମ ଅଧ୍ୟକ୍ଷ ପଦରୁ ଈଶ୍ବର ପାଣିଗ୍ରାହୀ, ଆପିକଲ ଅଧ୍ୟକ୍ଷ ପଦରୁ ପ୍ରଭାତାଦିତ୍ୟ ମିଶ୍ର, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ପଦରୁ ଅସିତ ପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ପଦରୁ ଅମରେନ୍ଦ୍ର ଦାସ, ଗ୍ରାମ୍ୟ ଗୃହ ନିଗମ ଅଧ୍ୟକ୍ଷ ପଦରୁ ମୀନକେତନ ଅମାନ୍ତ, ଓଏସଆଇସି ଅଧ୍ୟକ୍ଷ ପଦରୁ ଚିନ୍ମୟ ସାହୁ, ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଅମରେଶ ପତ୍ରି, ରାଜ୍ୟ ଫିଲ୍ମ ଉନ୍ନୟନ ନିଗମ ଅଧ୍ୟକ୍ଷ ପଦରୁ ସତ୍ୟବ୍ରତ ତ୍ରିପାଠୀ, ଯୁବ କଲ୍ୟାଣ ପରିଷଦର ମୁଖ୍ୟ ବିଜୟ ନାୟକ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦରୁ ପ୍ରିୟଦର୍ଶୀ ମିଶ୍ର, ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ପଦରୁ ସଂଗ୍ରାମ କେଶରୀ ପାଇକରାୟଙ୍କୁ ଆସନ୍ତାକାଲିଠାରୁ ଛଟେଇ କରାଯାଇଛି। ଏହାସହିତ ଇଟି ଆଣ୍ଡ ଆଇଟି ବିଭାଗ ପରାମର୍ଶଦାତା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ ବିଭାଗ ପରାମର୍ଶଦାତା କୃତିବାସ ପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଉପଦେଷ୍ଟା ଉତ୍କଳ କେଶରୀ ପରିଡା, ଜଙ୍ଗଲ ଉନ୍ନୟନ ନିଗମ ପରାମର୍ଶଦାତା ଦେବାଶିଷ ମଲ୍ଲିକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପରାମର୍ଶଦାତା ଜନ୍ମେଜୟ ଲେଙ୍କା, ଓସାମ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟଦାସ ବର୍ମା, ମିଶନଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାସଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।
ହଟିଲେ ୨୩…
Comments are closed.