www.samajalive.in
Monday, December 8, 2025
14.1 C
Bhubaneswar

ଆଦିତ୍ୟ ମୃତ୍ୟୁ ମାମଲା : ଆଇନର ଦ୍ୱାରସ୍ଥ ହେବେ ଚିନ୍ମୟୀ

ଭୁବନେଶ୍ୱର : ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଚିତ୍ର ଏବେ ପଦାକୁ ଆସିବା ପରେ ଏହି ଘଟଣା ଏକ ଅଡୁଆ ସୂତା ହେବାରେ ଲାଗିଛି। ଗତ ଦୁଇ ଦିନ ହେବ ବାଲେଶ୍ୱର ଖଇରା ଅଞ୍ଚଳର ଚିିନ୍ମୟୀ ମହାପାତ୍ରଙ୍କ ପ୍ରସଙ୍ଗ ଏବେ ଆଦିତ୍ୟ ମୃତ୍ୟୁ ରହସ୍ୟ ମାମଲାକୁ ସରଗରମ କରିଛି। ତଦନ୍ତକାରୀ କ୍ରାଇମ୍‍ବ୍ରାଞ୍ଚର ଅଧିକାରୀଙ୍କ କହିବା ଅନୁସାରେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ଘଟଣା ପଦାକୁ ଆସୁଛି। ହେଲେ ଆଦିତ୍ୟଙ୍କ ମୃତ୍ୟୁ ସହିତ ଚିନ୍ମୟୀଙ୍କର କି ସମ୍ପୃକ୍ତି ତାହା ତଦନ୍ତ କରାଯିବା ପରେ ପଦାକୁ ଆସିବ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପା ନନ୍ଦକିଶୋର ଦାସ ଚିନ୍ମୟୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଚିନ୍ମୟୀଙ୍କୁ ସାଇକୋ ଲେଡି ବୋଲି ସେମାନେ କହିବା ପରେ ଏହାକୁ ନେଇ ଚିନ୍ମୟୀ ଉତ୍‍କ୍ଷିପ୍ତ ହୋଇ ଆଇନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଶୁକ୍ରବାର ଆଦିତ୍ୟଙ୍କ ଜଣେ ବନ୍ଧୁ ବିସ୍ମିତ ଦାସ ସାମ୍‍ନାକୁ ଆସିଛନ୍ତି। ସେ ମଧ୍ୟ ଚିନ୍ମୟୀଙ୍କୁ ଆଦିତ୍ୟଙ୍କ ମୃତ୍ୟୁର କାରଣ ବୋଲି କହିଛନ୍ତି। ଏଭଳି ଅଭିଯୋଗକୁ ନେଇ ଚିନ୍ମୟୀ ଗଣମାଧ୍ୟମ ସାମ୍‍ନାରେ ଆଦିତ୍ୟଙ୍କ ସହିତ ତାଙ୍କର ସମ୍ପର୍କ ଥିବା ସ୍ପଷ୍ଟ କରିଛନ୍ତି। ଆଦିତ୍ୟଙ୍କ ସହିତ ତାଙ୍କର ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ସମ୍ପର୍କ ଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ସେ ଏକାଧିକବାର ବାଲେଶ୍ୱରରୁ ଆସି ବୃଦ୍ଧାଶ୍ରମ ବୁଲିଛନ୍ତି। ତେବେ ଜାନୁଆରୀ ମାସରେ ହଠାତ୍‍ ତାଙ୍କ ସହିତ ଆଦିତ୍ୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏହି କାରଣରୁ ସେ ଅନେକ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ସେ ଆଦିତ୍ୟଙ୍କୁ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି।

- Advertisement -

ତେବେ ଆଦିତ୍ୟଙ୍କ ଜୀବନରେ ଅନ୍ୟ କେହି ଆସିବାରୁ ସେ ତାଙ୍କଠାରୁ ଦୂରେଇ ଯାଇଥିଲେ। ସେ କହିଛନ୍ତି, ଆଦିତ୍ୟଙ୍କ ଜୀବନରେ ଗତ ୬ ମାସ ରହିଛନ୍ତି। ସେମାନଙ୍କର ଭୂମିକାକୁ ତଦନ୍ତକାରୀ ସଂସ୍ଥା ପରିସରକୁ ନେବା ଉଚିତ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ସପ୍ତାହରେ କ୍ରାଇମ୍‍ବ୍ରାଞ୍ଚ ପତ୍ନୀ ବିଦ୍ୟାଶ୍ରୀ ଏବଂ ସେବା ଟ୍ରଷ୍ଟର ୩ ସଦସ୍ୟଙ୍କ ପଲିଗ୍ରାଫ୍‍ ଟେଷ୍ଟ କରିଥିଲା। ଏହାର ରିପୋର୍ଟ ଖୁବ୍‍ଶୀଘ୍ର ପୁଲିସର ହସ୍ତଗତ ହେବ ବୋଲି ଜଣାପଡ଼ିଛି। ତେବେ ଚିନ୍ମୟୀଙ୍କ ପ୍ରସଙ୍ଗ ସେତେବେଳେ ପଦାକୁ ଆସି ନ ଥିବାରୁ ସାକ୍ଷୀଙ୍କୁ କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ଏନେଇ କୌଣସି ପ୍ରଶ୍ନ କରାଯାଇ ନ ଥିବା ଜଣାପଡ଼ିଛି।

ତେବେ ପୁନର୍ବାର ସାକ୍ଷୀଙ୍କୁ ଏହି ଦିଗରେ ଜେରା କରାଯିବା ଆଶଙ୍କା ସୃଷ୍ଟି ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅପରପଟେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କୁ ହତ୍ୟା ଅଭିଯୋଗ ନେଇ ଜିଆରପି ଥାନାରେ ଏତଲା ଦାୟର କରିଥିବା ପ୍ରଦୀପ ଧିଣ୍ଡିଆଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories