www.samajalive.in
Saturday, December 6, 2025
23.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ସାଇକୋ ଲେଡି କିଏ : ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା

ଭୁବନେଶ୍ବର : ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦିର୍ଘ ଦିନରେ ମୁହଁ ଖୋଲିଛନ୍ତି ତାଙ୍କ ବାପା। ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ ବୋଲି ତାଙ୍କ ବାପା କହିଛନ୍ତି। ସେ ଏନେଇ ଆଜି ଗଣାମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ଆଦିତ୍ୟଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ। କାରଣ ସେ ସାଇକୋ ଲେଡି ଜଣଙ୍କ ତାଙ୍କ ପୁଅକୁ ଏକତରଫା ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଆଦିତ୍ୟ ତାଙ୍କୁ ପସନ୍ଦ କରୁନଥିବା କାରଣରୁ ସେ ତାଙ୍କୁ ବ୍ଲାକମେଲିଂ କରୁଥିବା ତାଙ୍କ ବାପା କହିଛନ୍ତି। କ୍ରାଇମବ୍ରାଞ୍ଚକୁ ଜେରା ସମୟରେ ଆଦିତ୍ୟଙ୍କ ବାପା ଏନେଇ ସମସ୍ତ ସୂଚନା କ୍ରାଇମବ୍ରାଞ୍ଚଙ୍କୁ ଦେଇଛନ୍ତି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ଦିଗରେ ତଦନ୍ତ କରୁନଥିବା କାରଣରୁ ସେମାନେ ଏହି ଘଟଣାରେ ସିବିଆଇ ତିଦନ୍ତ ଦାବି କରୁଛନ୍ତି। ଏନେଇ ମଧ୍ୟ ହାଇକୋର୍ଟରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଖୋଳତାଡ଼ ଜାରିରହିଛି । ଇତିମଧ୍ୟରେ ଅନେକ ଲୋକଙ୍କୁ ଜେରା କରାଯାଇଥିଲେବି ରହସ୍ୟର ପେଡ଼ି ଖୋଲିପାରୁନାହିଁ । ପ୍ରଥମେ ଏହି ଘଟଣାରେ ଜିଆରପି ପୁଲିସ ତଦନ୍ତ କରୁଥିଲା । କିନ୍ତୁ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ପାଇବା ଏକ ମାସ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ଘଟିପାରି ନାହିଁ। ତଦନ୍ତକାରୀ ଟିମ ଆଦିତ୍ୟଙ୍କ ପିତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଓ ପ୍ରୀତମଙ୍କୁ ଘଣ୍ଟା ଜେରା କରିଥିଲେ। ଏହାପରେ ସମସ୍ତଙ୍କର ଲାଇଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ। ତେବେ ଏଭଳି ସ୍ଥିତିରେ ଆଗକୁ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟରେ କଣ ସବୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories