www.samajalive.in
Saturday, December 6, 2025
19.1 C
Bhubaneswar

ଟେଲିକମ କମ୍ପାନୀ ପୈଠ କରିବେ ବକେୟା ଏଜିଆର, ସୁପ୍ରିମକୋର୍ଟ ଦେଲେ ୧୦ ବର୍ଷ ମହଲତ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ବକେୟା ଏଜିଆର ବା ଆଡ଼ଜଷ୍ଟେଡ଼ ଗ୍ରାସ ରେଭିନ୍ୟୁ ରାଶି ପୈଠ କରିବା ପାଇଁ ୧୦ ବର୍ଷ ମହଲତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏଜିଆର ବାବଦରେ ଟେଲିକମ କମ୍ପାନୀଗୁଡିକର ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ବକେୟା ପୈଠ କରିବାର ଥିଲା।

ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ବାବଦରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଆଜି ଏହି ରାୟ ଦେଇଛନ୍ତି। ଟେଲିକମ କମ୍ପାନୀଗୁଡ଼ିକ ବକେୟା ଏଜିଆର ବାବଦ ଅର୍ଥକୁ କିସ୍ତି ଅନୁଯାୟୀ ପୈଠ କରିବେ। ଏଥିପାଇଁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ୨୦୩୧ ପର୍ଯ୍ୟନ୍ତ ସମୟସୀମା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ପାନୀଗୁଡିକୁ ୨୦ ବର୍ଷର ମହଲତ ଦେବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଅନୁରୋଧ କରାଯାଇଥିବା ବେଳେ କୋର୍ଟ ଏହାକୁ ୧୦ ବର୍ଷରେ ସୀମିତ ରଖିଛନ୍ତି।

- Advertisement -

କୋର୍ଟଙ୍କ ଅନୁଯାୟୀ ଟେଲିକମ କମ୍ପାନୀଗୁଡ଼ିକ ସେମାନଙ୍କ ବକେୟା ରାଶିର ୧୦ ପ୍ରତିଶତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରିବେ। ଏହି ବାବଦକୁ ପ୍ରଥମ କିସ୍ତି ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ପୈଠ କରିବା ପାଇଁ କୁହାଯାଇଥିଲା। କରୋନା ମହାମାରୀ ଯୋଗୁ ଏହି ସମୟସୀମାକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ବକେୟା ବାବଦ ଅର୍ଥ ପୈଠ କରିବା ନେଇ ଟେଲିକମ କମ୍ପାନୀଗୁଡିକର ପରିଚାଳନା ଅଧିକାରୀ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୪ ସପ୍ତାହ ମଧ୍ୟରେ ଅଣ୍ଡରଟେକିଂ ଦାଖଲ କରିବାକୁ ନ୍ୟାୟାଳୟ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories