www.samajalive.in
Saturday, December 6, 2025
16.1 C
Bhubaneswar

ଆପୋଷ ଆଲୋଚନାରେ ଘରୋଇ ସ୍କୁଲ ଫି‌ ବୃଦ୍ଧି ସମସ୍ୟାର ସମାଧାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବ

କଟକ : ରାଜ୍ୟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ଗୁରୁତ୍ବ ଦେଇଛନ୍ତି। ଏହି ଘଟଣାରେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ କରି ଆପୋସ ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।

ଏଥି ସହିତ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ଗଣଶିକ୍ଷା ସଚିବ ବୈଠକ କରିବେ । ବୈଠକ ହେବା ପରେ ଯାହା ବି ନିଷ୍ପତ୍ତି ନିଆଯିବ ତାହା  ହାଇକୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟରେ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories