www.samajalive.in
Saturday, December 6, 2025
16.1 C
Bhubaneswar

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୩ ନାବାଳିକା

ଲମତାପୁଟ / କୋରାପୁଟ : କୋରାପୁଟ ଜିଲା ଲମତାପୁଟ ବ୍ଲକ ବନମାଲିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବଗନ୍ଧଣା ଗ୍ରାମରେ ଏକ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ପ୍ରାଣ ହରାଇଛନ୍ତି। ସେମାନେ ହେଲେ ନିକିତା ଦଳପତି (୧୩), ସନ୍ତୋଶି ପାତ୍ର (୧୪) ଓ ପୂଜା ତାମିଲ (୧୨)।
ମିଳିଥିବା ସୂଚନା ଅନୁଯାୟୀ , ଗାଁ ଠାରୁ ନିକଟରେ ନୂତନ ଭାବରେ ଖୋଲା ଯାଇଥିବା ପୋଖରୀ ନିକଟ ଥିବା ଗଛକୁ ଜାମ୍ବ ଖାଇବାକୁ ଯାଇଥିଲେ । ଗତ କାଲି ସଂଧ୍ୟା ହୋଇଥିଲେ ମଧ୍ୟ ୩ଜଣ ସାଙ୍ଗ ଘରକୁ ଫେରି ନ ଥିଲେ । ପରେ ପରିବାର ଲୋକେ ବହୁ ଖୋଜ କୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇଁ ନ ଥିଲେ । ଆଜି ସକାଳେ ଗାଁ ନିକଟ ପୋଖରୀରେ ୩ଜଣଙ୍କ ଚପଲ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । ଘଟଣା ସମ୍ପର୍କରେ ନିକିତା ଦଳପତିଙ୍କ ବାପା ସମନାଥ ଦଳପତି ନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ନନ୍ଦପୁର ପୁଲିସ , ଅଗ୍ନିଶମ ବିଭାଗ ଓ ମାଛକୁଣ୍ଡ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଜିଲା ପ୍ରଶାସନଙ୍କ ନିର୍ଦ୍ଦେଶକରେ ମାଛକୁଣ୍ଡ ତହସିଲଦାର ପ୍ରତି ଦୁଃଖିତ ପରିବାରଙ୍କୁ ୧୦ ହଜାର ଲେଖାଏଁ ୩୦ ହଜାର ଟଙ୍କା ରେଡ଼ କ୍ରସ ଫାଣ୍ଟିରୁ ପ୍ରଦାନ କରିଥିଲେ ।
ନନ୍ଦପୁର ଥାନାରେ କେଶ ନଂ ୧୬/୨୦୨୦ ରେ ମାମଲା ରୁଜୁ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମୃତଦେହ ବ୍ୟବଚ୍ଛେଦ କରିବା ନେଇ ବ୍ୟବସ୍ଥା କରାଯାଉଛି ବୋଲି ନନ୍ଦପୁର ଥାନା ଅଧିକାରୀ କପିଳେଶ୍ବର ବେହେରା କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories