ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା, କମିଶନରେଟ୍ ପୁଲିସ ଦ୍ବାରା ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ବର : ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ବ କମିଶନରେଟ୍ ପୁଲିସକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।
A prompt investigation into the cause of the death and exemplary punishment of those, if found guilty, will go a long way in restoring the people's faith in the rule of law .
— Pratap Sarangi (@pcsarangi) July 22, 2020
ଅନ୍ୟପଟେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଘଟଣାରେ ଲାଇ ଡିଟେକ୍ଟର ଟେଷ୍ଟ ଦାବି କରିଛନ୍ତି। ସେ ନିଜ ସହ ଆଦିତ୍ୟଙ୍କ ସହଯୋଗୀ ବିକାଶ ଏବଂ ପପୁଙ୍କର ମଧ୍ୟ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ଦାବି କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଲାଇ ଡିଟେକ୍ଟର ଟେଷ୍ଟ କଲେ ପକୃତ ସତ୍ୟ ସାମ୍ନାକୁ ଆସିବ । ଏବଂ ଜଣାପଡିବ କିଏ ସତ କହୁଛି ଆଉ କିଏ ମିଛ।
Comments are closed.