www.samajalive.in
Saturday, December 6, 2025
26.1 C
Bhubaneswar

‘ରଙ୍ଗବତୀ’ ନାଁରେ ନାମିତ ହେଲା ଗାଁ; କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ସମ୍ବଲପୁର: ବିଶ୍ଵପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହୋଇଛି ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରାଯାଇ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ  ବିଜ୍ଞପ୍ତି ପ୍ରକାଶ କରିଛି। ଏହା ପରେ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଆନନ୍ଦବ୍ୟକ୍ତ କରିଛନ୍ତି । ଏହି ଗାଁକୁ ରଙ୍ଗବତୀ ବିଲୁଙ୍ଗ ନାମରେ ପରିବର୍ତନ କରିବା ନିମନ୍ତେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖିଥିଲେ ଓ କେନ୍ଦ୍ର ସରକାର ତୁରନ୍ତ ଏଥିନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ।

- Advertisement -

ସମ୍ବଲପୁର ଜିଲାର ବାମରା ତହସିଲ ଅଧୀନରେ ରହିଛି ବିଲୁଙ୍ଗ ଗ୍ରାମ। ଏହି ଗାଁର ଗୀତିକାର ମିତ୍ରଭାନୁ ଗୌନ୍ତିଆ ରଙ୍ଗବତୀ ଗୀତ ଲେଖିଥିଲେ, ଯାହା ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିବା ସହିତ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି।

୨୦୦୪ ମସିହାରୁ ଗୀତିକାରଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରିବାକୁ ଦାବି କରାଯାଇ ଆସୁଥିଲା। ପରବର୍ତ୍ତୀ ସମୟରେ  ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରୁ ଏନଓସି ମିଳିବା ପରେ ବିଲୁଙ୍ଗ ଗାଁର ନାଁ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories