ଆଧାର ତଥ୍ୟ ମୂଲ୍ୟବାନ, ସୁରକ୍ଷା ଜରୁରୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଫେସ୍ବୁକ୍ ତଥ୍ୟ ପ୍ରଘଟ ପରେ ଆଧାର ତଥ୍ୟକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଭାରତର ବିଶାଳ ଜନସାଧାରଣଙ୍କ ତଥ୍ୟ ସମ୍ବଳିତ ଆଧାର ସୁନା ଖଣି ସହିତ ସମାନ। ଏହାର ସୁରକ୍ଷା ଜରୁରୀ। ୟ୍ରୁଆଇଡିଏଆଇ ତରଫରୁ ପକ୍ଷ ରଖି ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ କହିଛନ୍ତି ଆଧାରର ତଥ୍ୟ ସୁରକ୍ଷିତ ଅଛି। ଅନ୍ୟ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ତଥ୍ୟ ହସ୍ତାନ୍ତର କରାଯାଉନାହିଁ। ଏପରିକି ୟ୍ରୁଆଇଡିଏଆଇ ଉପରେ ମଧ୍ୟ ଏ କ୍ଷେତ୍ରରେ କଟକଣା ରହିଛି।