ଆଧାରକାର୍ଡକୁ ନେଇ ମୁକ୍ତିଲାଭ କରିବ ଚଳଚ୍ଚିତ୍ର

0

ନୂଆଦିଲ୍ଲୀ : ଆଧାର କାର୍ଡକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ବେଳେ ଏବେ ‘ଆଧାର’ ଶିର୍ଷକରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ବଙ୍ଗଳା ଚଳଚ୍ଚିତ୍ର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ନିର୍ଦେଶକ ସୁମନ ଘୋଷ୍‍ ନିର୍ଦେଶନା ମନିଷ ମୁନ୍ଦ୍ରାଙ୍କ ନିର୍ମିତ ‘ଆଧାର’ଖୁବଶିଘ୍ର ମୁକ୍ତିଲାଭ କରିବ। ବିନୀତ କୁମାର ସିଂହ ଏଥିରେ ମୁଖ୍ୟ ଭୂମିକାରେ ଅଭିନିୟ କରୁଛନ୍ତି। ଆଧାର କାର୍ଡ ପ୍ରସଙ୍ଗକୁ ନେଇ ନିର୍ମାଣ ହେଇଛି ଏହି ଚଳଚ୍ଚିତ୍ର। ଅଭିନେତା ବିନୀତ କୁମାର ସିଂହଙ୍କ କହିବା ଅନୁସାରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଧାର’, ଆଧାର କାର୍ଡ ପ୍ରସଙ୍ଗକୁ ନେଇ ବଡ ରୋଚକ ଅନ୍ଦାଜରେ ପରିବେଷଣ କରାଯାଇଛି। ତେବେ ଚଳଚ୍ଚିତ୍ରର କାହାଣୀ ସମ୍ପର୍କରେ ବିନୀତ କିଛି କହିବା ପାଇଁ ମନାକରି ଦେଇଛନ୍ତି।

Leave A Reply