www.samajalive.in
Friday, December 12, 2025
26.1 C
Bhubaneswar

ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଆରେ ସେମାନଙ୍କ ନାମ ଫଳକ ଲେଖିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲାସ୍ତରରେ ଏହି କାର୍ଯ୍ୟର ତଦାରଖ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଏହି କମିଟିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ରହିବେ। ସେହିଭଳି ବିଜ୍ଞପିତ ଅଞ୍ଚଳରେ ସଂପୃକ୍ତ ନିର୍ବାହୀ ଅଧିକାରୀ ଏହି କମିଟିର ଅଧ୍ୟକ୍ଷ ରହିବେ। ନିୟମିତ ବ୍ୟବଧାନରେ ଏହି କମିଟି ବୈଠକ କରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା କରିବା ସହ ଏ ସଂକ୍ରାନ୍ତୀୟ ଜାରି ନିର୍ଦ୍ଦେଶନାମାକୁ ଅବମାନନା କରୁଥିବା ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିବେ। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୧୩୭୮ ସ୍ଥାନରେ ଚଢ଼ାଉ କରାଯିବା ସହ ୧୧୩୫ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖି ନଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ନେଇ ନିର୍ଦ୍ଦେଶ ଜାରି କରିବାକୁ ଜିଲ୍ଲାପାଳମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ସେହିଭଳି ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ । ଏ ନେଇ ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ୧୪୬୧ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ଦେଶ ଓ ରାଜ୍ୟରୁ ଉଦ୍ଧାର କରାଯାଇଛି। ପ୍ରବାସୀ ଓଡ଼ିଆମାନଙ୍କ ସୁଖଦୁଃଖର ସାଥି ହେବା ସହ ରାଜ୍ୟର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପରିବାର ଗଠନ କରାଯାଇଛି ।
ଏହି ବୈଠକରେ ଶ୍ରମ ବିଭାଗ ଶାସନ ସଚିବ ଶ୍ରୀ ଆର୍‌. ସନ୍ଥଗୋପାଳନ, ଶ୍ରମ କମିଶନର ତିରୁମାଲା ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାଶ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରିତୀଶ ପଣ୍ଡା, ଲକ୍ଷ୍ମୀଧର ବେହେରା, ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀ, ସହାୟକ ଶ୍ରମ କମିଶନର ପ୍ରମୁଖ ଯୋଗଦେଇଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories