www.samajalive.in
Monday, December 8, 2025
14.1 C
Bhubaneswar

‘ଛପାକ୍‍’ ପୂର୍ବରୁ ପରଦାକୁ ଆସିବ ‘ଏସିଡ଼୍‍’: ୟୁପିର ସତ୍ୟ ଘଟଣା ଉପରେ ଆଧାରିତ

ମୁମ୍ବଇ: ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‍ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଛପାକ୍‍’ର ଟ୍ରେଲର୍‍ ରିଲିଜ୍‍ ହେବା ପରଠାରୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ବୃଦ୍ଧି ପାଇଛି। ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ୧୦ ଜାନୁଆରୀରେ ମୁକ୍ତିଲାଭ କରିବ ବୋଲି ସମସ୍ତେ ଜାଣନ୍ତି। ହେଲେ ଏହା ଖୁବ୍‍ କମ୍‍ ଲୋକ ଜାଣନ୍ତି ଯେ, ‘ଛପାକ୍‍’ ମୁକ୍ତିଲାଭର ଗୋଟିଏ ସପ୍ତାହ ପୂର୍ବରୁ ସେହିଭଳି ଏକ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଏସିଡ଼୍‍’ ପରଦାକୁ ଆସିବ।
‘ଏସିଡ଼୍‍’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପୁଥିବା ପ୍ରିୟଙ୍କା ସିଂହ କହିଛନ୍ତି, “ଆମେ ଯେତେବେଳେ ଆମ ଚଳଚ୍ଚିତ୍ରର ଶୁଟିଂ ଶେଷ କଲୁ, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଆମ ଚଳଚ୍ଚିତ୍ର ମୁକ୍ତିଲାଭର ସପ୍ତାହେ ପରେ ଦୀପିକାଙ୍କ ଫିଲ୍ମ ମଧ୍ୟ ରିଲିଜ୍‍ ହେଉଛି। ମାତ୍ର ମୁଁ ଜାଣିଛି ଯେ ଆମ କାହାଣୀ ଭିନ୍ନ”। ପ୍ରିୟଙ୍କା ସିଂହ ଚଳଚ୍ଚିତ୍ରରେ ଏସିଡ଼୍‍ ପୀଡ଼ିତା ରୁହାନା ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି। ‘ଛପାକ୍‍’ ଭଳି ‘ଏସିଡ଼୍‍’ ମଧ୍ୟ ଉତ୍ତରପ୍ରଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯେଉଁଠି ଜଣେ ଦାଦା ନିଜ ଝିଆରୀକୁ ଏସିଡ଼୍‍ ଆକ୍ରମଣ କରିଥିଲା।
ପୀଡ଼ିତାଙ୍କ ନାମ ପ୍ରକାଶ ନ କରି ନିର୍ଦ୍ଦେଶକ କହିଛନ୍ତି, “ଦୃଶ୍ୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଆମେ କୌଣସି ନାଟକୀୟ ଢଙ୍ଗରେ ଶୁୁଟ୍‍ କରିନାହୁଁ। ବରଂ ଯାହା ଘଟିଛି ତାକୁ ହିଁ ବାସ୍ତବିକ ରୂପେ ଦେଖାଇବାକୁ ଚେଷ୍ଟା କରିଛୁ। ‘ଛପାକ୍‍’ରେ ଲକ୍ଷ୍ମୀଙ୍କ ଭୂମିକା ବହୁତ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି, କିନ୍ତୁ ତାଙ୍କ ଭଳି ଦୁନିଆରେ ବହୁତ ଝିଅ ଅଛନ୍ତି ଯେଉଁମାନଙ୍କ କାହାଣୀ ଏକ ପ୍ରକାର। ଆମକୁ ଏଭଳି ଲୋକଙ୍କ ମାନସିକତାକୁ ମଧ୍ୟ ପଢିବାକୁ ପଡ଼ିବ ଯେଉଁମାନେ ଏଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି”।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories