www.samajalive.in
Monday, December 8, 2025
14.1 C
Bhubaneswar

ଓଲଟିଲା ଚାଉଳ ବୋଝେଇ ଟ୍ରକ ; ଲୋକେ ବୋହିଲେ ଚାଉଳ ବସ୍ତା

ବିହାର : ବିହାରର ହାଜିପୁର ୩୨୨ ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଯାଇ ରାସ୍ତା ଯାକ ବିଛାଇ ହୋଇ ପଡିବା ପରେ ଏହା ଲୁଟ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ବସ୍ତାକୁ ନେଇ ପଳାଉଥିବା ବେଳେ ତାଙ୍କୁ ଅଟକାଇଥିଲା।
ଏହି ଘଟଣା ରବିବାର ସନ୍ଧ୍ୟା ସମୟର। ଗୋଦାମରୁ ଏଫସିଆଇର ଚାଉଳଲଦା ହୋଇ ଯିବା ବାଟରେ ଭଗବାନପୁର ଥାନା ଅନ୍ତର୍ଗତ ଅସତପୁର ସତପୁରା ଗାଁ ନିକଟରେ ଉକ୍ତ ଚାଉଳ ବୋଝେଇ ଟ୍ରକଟି ଓଲଟିପଡ଼ିଥିଲା। ଏହାପରେ କିଛି ଲୋକେ ଚାଉଳ ବସ୍ତା ନେଇ ପଳାଇବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ ଏଡ଼ିଏମ ତାଙ୍କୁ ଅଟକାଇବା ସମୟରେ ଲୋକେ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ପୁଲିସ ଟ୍ରକକୁ ଘେରିବା ସହ ଗାଁରେ ମଧ୍ୟ ତଲାସି ଓ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଚାଉଳକୁ ମଧ୍ୟ ଜବତ କରିଛି।
ଏହାସହ ନିୟମ ଅନୁଯାୟୀ, ରାତି ସମୟରେ ସରକାରୀ ଚାଉଳ କୌଣସି ସ୍ଥାନକୁ ନିଆଯାଇନଥାଏ। ତେବେ କେଉଁ କାରଣରୁ ଚାଉଳକୁ ଟ୍ରକରେ ନିଆଯାଉଥିଲା ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories