ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ

ଓଭରବ୍ରିଜ ନିର୍ମାଣ ପାଇଁ ରାସ୍ତା ରୋକ କଲେ ସ୍ଥାନୀୟ ଜନସାଧାରଣ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ନିକଟରେ ଏଲଏଣ୍ଡଟି କମ୍ପାନୀ ଜାତୀୟ ରାଜପଥ ୪୯ (ଝାରପୋଖରୀଆ- ଜାମଶୋଳା) ରାସ୍ତାରେ ଅର୍ଦ୍ଧନିର୍ମିତ ଓଭରବ୍ରିଜ ନିର୍ମାଣ କରି ପଳାଇଛି । ଜାତୀୟ ରାଜପଥରେ ଆସୁଥିବା ଗାଡ଼ି ଗୁଡ଼ିକ ରାସ୍ତା ଜାଣି ନପାରି ସେହି ଓଭରବ୍ରିଜ ଉପରେ ଚାଲି ଆସି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି ।

prayash

ଶନିବାର ଏକ ଦୃତଗାମୀ ଟ୍ରକ ରାସ୍ତା ଜାଣି ନପାରି ଓଭରବ୍ରିଜର ୫୦ ଫୁଟ ତଳକୁ ଖସି ପଡିଥିଲା। ସୈଭାଗ୍ୟକୁ କେହି ବ୍ରିଜ ପାଖରେ ନଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି । ଗୁରୁତର ଡ୍ରାଇଭରକୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେଠାର ଚିକିତ୍ସାଧିନ ଅବସ୍ଥାରେ ମୃତୁ ହୋଇଥିବା ପୁଲିସ ତରଫରୁ ସୂଚନା ମିଳିଛି । ସ୍ଥାନୀୟ ଜନସାଧାରଣ ଅର୍ଦ୍ଧ ନିର୍ମିତ ଓଭରବ୍ରିଜର ତୁରନ୍ତ ନିର୍ମାଣ ଶେଷ କରିବା ପାଇଁ ଦାବି କରି ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Comments are closed.