www.samajalive.in
Sunday, December 7, 2025
13.1 C
Bhubaneswar

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା; ଡ୍ରାଇଭର ସମେତ ୪ ଶ୍ରମିକ ଆହତ, ୨ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ବ୍ରାହ୍ମଣୀଗାଁର ଏକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୪ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୨ଜଣ ଗୁରୁତ ହୋଇଥିବା ଜଣାପଡିଛି। ସେମାନେ ହେଲେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟିଆନ ସାହିର ଆକବର ନାୟକ (୨୫) ,ଜିତେନ୍ଦ୍ର ଦନାବିଶୋଇ (୩୪),ସଚିନ ନାୟକ (୩୫),ଗୋପାଳ ନାୟକ (୨୪)।

ସୂଚନା ଅନୁଯାଇୟୀ, ଏକ ଘରୋଇ ଟ୍ରାକ୍ଟର ଯୋଗେ ବାଲିଆଣିବାକୁ ଗଜପତି ଜିଲ୍ଲାର ଗୁରୁଝୁଳି ପଂଚାୟତ ଅନ୍ତର୍ଗତ ପଣସଡିହି ଗ୍ରାମ ନିକଟସ୍ଥ ନଦୀରୁ ବାଲି ଲୋଡ କରି ଫେରୁଥିବା ସମୟରେ ପ୍ରାୟ ୨ କି.ମି ଆସିବା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ୪ଜଣ ଆହତ ହୋଇଥିଲେ। ଭାଗ୍ୟ ବଶତଃ ପଛରୁ ଏକ ଟ୍ରକ୍ ଆସୁଥିଲା ସେହି ଟ୍ରକର ଲେବରମାନେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ପ୍ରମୋଦ କୁମାର ସେଠୀ ପ୍ରଥମିକ ଚିକିତ୍ସା କରିବାପରେ ଗୁରୁତର ଥିବା ଦୁଇଜଣ ଶ୍ରମିକ ଜିତେନ୍ଦ୍ର ଓ ଆକବରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଜରୁରୀ କାଳୀନ ପରିସ୍ଥିତିରେ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ କିନ୍ତୁ ଦାରିଙ୍ଗବାଡ଼ି କିମ୍ବା ନିକଟସ୍ଥ ଅଡବାରେ ଆମ୍ବୁଲାନ୍ସ ଉବଲବ୍ଧ ନଥିବାରୁ ଲୋକେ ନିରାଶ ହୋଇଥିଲେ ଏବଂ ବାଧ୍ୟ ହୋଇ ପ୍ରାଇଭେଟ ଗାଡି ଭଡାକରି ଆହତଙ୍କୁ ବ୍ରହ୍ମପୁର ନେବାକୁ ପଡିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories