କାର ଓଲଟି ଜଣେ ମୃତ ଓ ୫ ଗୁରୁତର

0

ବାଲେଶ୍ବର: ଭାରସ୍ୟାମ ହରାଇ ରାସ୍ତା କଡକୁ କାରଟି ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଧୂସୁରୀ ଥାନା ଅଞ୍ଚଳରୁ ନିଳଗିରି ଯାଉଥିବା ବେଳେ ସିମୁଲିଆ ଥାନାର ଶହ ମିଟର ଦୂରରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ପ୍ରଦିପ ମାଣ୍ଡଲ(୫୫) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । କାରରେ ଥିବା ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply