ଅନୁଗୁଳ : ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବନ୍ଦା ଓଭର ବ୍ରିଜରୁ ବସ ଖସି ୩ ଜଣ ଆହତ ହୋଇଛନ୍ତି। ବସ ଚାଳକ ସମେତ ଆହତ ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡ଼ା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ବସଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ଭୋର ୪ଟା ୩୦ ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
Popular Categories



