ବଲାଙ୍ଗୀର : ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାର ରତନପୁର ଅଞ୍ଚଳରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ସକାଳ ୯ଟା ସମୟରେ ବଲାଙ୍ଗୀର-ଟିଟିଲାଗଡ଼ ରତନପୁର ଛକରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ରାସ୍ତାରେ ଯାଉଥିବା ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବା ଫଳରେ ଗୋଟିଏ ଆମ୍ବୁଲାନ୍ସ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସରେ ଥିବା ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ
Popular Categories



