ସଡକ ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ମୃତ୍ୟୁ

0

ଗଞ୍ଜାମ: ହିଂଜିଳି ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଡି ପାଟପୁର ଗାଁରେ ସଡକ ଦୁର୍ଘଟଣା ଘଟିଛି । ପଥର ବୋଝେଇ ହାଇୱା ସହ ଅଟୋ ରିକ୍ସା ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସ୍ୱରାଜ ବେହେରା ଏବଂ ସେ ଡ଼ି ପାଟପୁର ଗାଁର ବୋଲି ଜଣାପଡିଛି।ଗାଁ ପୋଖରୀରେ ଗାଧୋଇ ଘରକୁ ଫେରିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ସ୍ଥାନୀୟଲୋକେ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ଡ୍ରାଇଭର ଶଶିକାନ୍ତ ପାଣିଗ୍ରାହୀକୁ ଅଟକାଇ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଛି । ଦୁର୍ଘଟଣାଗ୍ରସ୍ତ ହାଇୱା ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ପୁଲିସ । ଏହା ସହ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply