ଏସିଡ୍‌ ଆକ୍ରମଣ ପୀଡିତାଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ଦାବି

0

ଭୁବନେଶ୍ୱର: ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତାମାନଙ୍କୁ ଥଇଥାନ କରିବା ସହ ଉପଯୁକ୍ତ କର୍ମ ନିଯୁକ୍ତି ଦେବାପାଇଁ ଦାବି ହୋଇଛି । ପୀଡିତାମାନଙ୍କୁ ଚାକିରିରେ ସଂରକ୍ଷଣ ଦେବାକୁ ଇନ୍‌ଷ୍ଟିଟ୍ୟୁଟ ଫର୍‌ ସୋସିଆଲ ଡେଭଲପ୍‌ମେଣ୍ଟ ବା ଆଇଏସ୍‌ଡି ପକ୍ଷରୁ ଦାବିକରାଯାଇଛି ।

prayash

ଏ ନେଇ ଭୁବନେଶ୍ୱର ପିଏମ୍‌ଜି ଛକ ନିକଟରେ ଆଇଏସ୍‌ଡିର କର୍ମକର୍ତ୍ତାମାନେ ଧାରଣ ଦେଇଥିଲେ । ରାଜ୍ୟରେ ୫୨ରୁ ଅଧିକ ଏସିଡ୍‌ ଆକ୍ରମଣ ପୀଡିତା ଥିବା ବେଳେ ଅଳ୍ପ କୋତକଙ୍କୁ ସହାୟତା ମିଳିଥିବା ଆଇଏସ୍‌ଡି ପକ୍ଷରୁ କୁହାଯାଇଛି । ପୀଡିତାମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଏସିଡ୍‌ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳଙ୍କୁ ନ୍ୟାୟ ଦେବାରେ ସହାୟତା ଦେଇଥିବା ସମାଜସେବୀ ଶୁଭ୍ରଶ୍ରୀ ଦାସ  ଦାବି କରିଛନ୍ତି ।

Leave A Reply