www.samajalive.in
Monday, December 15, 2025
24.1 C
Bhubaneswar

ଜଣେ ଅନନ୍ୟ ଦେଶ ଭକ୍ତ ଅଭିଷେକ, ପିଠିରେ ୬୩୬ ବୀର ସହିଦଙ୍କ ନାଁରେ ଟାଟୁ, ଇଣ୍ଡିଆ ବୁକ୍ ରେ ରେକର୍ଡ

ଉତ୍ତରପ୍ରଦେଶ: ଦେଶ ପାଳୁଛି ସ୍ବାଧୀନତା ଦିବସ । ସ୍ବାଧୀନ ଭାରତର ଇତିହାସରେ ଯୋଡ଼ିହେଲା ଆଉ ଏକ ଗୌରବମୟ ଫର୍ଦ୍ଦ । ମୋଦି ସରକାର ହର୍ ଘର୍ ତ୍ରିରଙ୍ଗା ପାଳନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିବା ବେଳେ କିଏ କେତେ ପ୍ରକାର ଏହି ମହାନ ଦିନକୁ ପାଳନ କରିଥାନ୍ତି । ପ୍ରତ୍ୟେକ ଭାରତୀଙ୍କ ଛାତି ଗର୍ବରେ ଫୁଲିଉଠେ । ମନେ ପଡନ୍ତି ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନ ଆଉ ଜୀବନ ଦେଇଥିବା ବୀର ସହିଦ । ଯେଉଁମାନେ ନିଜର ବୀରତ୍ୱ ଏବଂ ପରାକ୍ରମ ଦ୍ୱାରା ଭାରତକୁ ସ୍ୱାଧୀନତାର ସ୍ବାଦ ଚଖାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଏହି ଦେଶପ୍ରେମୀଙ୍କ ତାଲିକା ଏଦି ଲେଉଟାଇବା ତାହାଲେ ଦେଶ ଭକ୍ତ ଅଭିଷେକ ଗୌତମଙ୍କ ନାଁ ବି ଆସିବ । ସେ ନିଆରା ଢଙ୍ଗରେ ବୀର ସହିଦଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି । ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର ଅଭିଷେକଙ୍କୁ ଦେଶଭକ୍ତିର ଏପରି ନିଶା ଘାରିଛି ଯେ ସେ ପ୍ରତିଦିନ ବୀର ସହିଦଙ୍କୁ ସ୍ମରଣ କରିବା ପାଇଁ ନିଜ ଦେହରେ ୬୩୬ ସହିଦଙ୍କ ନାଁର ଟାଟୁ କରିଛନ୍ତି । ଖାଲି ସହିଦଙ୍କ ନୁହେଁ ଦେଶକୁ ସ୍ବାଧୀନ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର , ୱାର୍ ମେମୋରିଆଲ୍ ଚିତ୍ର ସବୁର ଚିତ୍ର ପିଠିରେ ଟାଟୁ କରାଇଛନ୍ତି ଅଭିଷେକ ।

- Advertisement -

ତାଙ୍କର ଏହି ଦେଶଭକ୍ତି ଯୋଗୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ତାଙ୍କ ନାଁ ଲିପିବଦ୍ଧ ହୋଇଛି । ଏମିତିକି ତାଙ୍କୁ ‘ଲିଭିଙ୍ଗ ୱାଲ ମେମୋରିଆଲ’ର ପରିଚୟ ମଧ୍ୟ ମିଳିଛି । ହାପୁଡ଼ର ବାସିନ୍ଦା ଅଭିଷେକ କହିଛନ୍ତି ଯେ ସେ ଲେହ ଲଦାଖ ରାଇଡରେ ଯାଇଥିଲେ । ଯେଉଁଠାରୁ ତାଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ ହୋଇଥିଲା ଏବଂ ସେ କାରଗିଲରେ ସହିଦ ହୋଇଥିବା ଯବାନଙ୍କ ବୀର ଗାଥା ବିଷୟରେ ପଢ଼ିଥିଲେ । ଏହିଠାରୁ ହିଁ ତାଙ୍କୁ ଅନୁଭବ ହୋଇଥିଲା ଯେ ସାଧାରଣ ଲୋକଙ୍କ ପାରିବାରିକ ପରିବେଶରେ ଏବଂ ଜଣେ ଯବାନଙ୍କ ପରିବାରର ପରିବେଶରେ କେତେ ପାର୍ଥକ୍ୟ ରହିଛି । ଏହିଠାରୁ ହିଁ ସେ ସେହି ଯବାନଙ୍କ ପରିବାରର ନିକଟତର ହେବାକୁ ଚିନ୍ତା କରିଥିଲେ ଏବଂ ଏଥିପାଇଁ ସେ ପ୍ରଥମେ କାରଗିଲରେ ସହିଦ ହୋଇଥିବା ୬୩୬ ଯବାନଙ୍କ ନାମ ଏକ ସହିଦ ସ୍ତମ୍ଭ ସହିତ ନିଜ ଶରୀରରେ ଟାଟୁ କରାଇଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories