www.samajalive.in
Sunday, December 7, 2025
26.1 C
Bhubaneswar

ଆଧାର କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିର୍ଦେଶ; ଏଥର ହୋଇପାରିବ ସଂଶୋଧନ-ପଞ୍ଜିକରଣ

ଭୁବନେଶ୍ବର: କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ହୋଇ ରହିଥିବା ରାଜ୍ୟର ଆଧାର କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ନିୟମ ଅନୁପାଳନ କରି ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ କୁହାଯାଇଛି। ଏନେଇ ଇଲେ‌େ‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସଂକ୍ରମଣ ଆଶଙ୍କା ଥିବାରୁ ଏବେ ସମସ୍ତ ଆଧାର କେନ୍ଦ୍ର ବନ୍ଦ ରହିଛି। ତେବେ ଦୀର୍ଘ ଦିନ ଧରି ଆଧାର କେନ୍ଦ୍ର ବନ୍ଦ ରହିଥିବାରୁ ଜନସାଧାରଣ, ବିଶେଷକରି ସରକାରୀ ସହାୟତା ପାଉଥିବା ହିତାଧିକାରୀମାନେ ସମସ୍ୟା ଭୋଗୁଛନ୍ତି। ନୂତନ ଆଧାର କାର୍ଡ ପାଇଁ ପଞ୍ଜୀକରଣ ଅବା ସଂଶୋଧନ ହୋଇପାରୁ ନଥିବାରୁ ସେମାନେ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଯଥାଶୀଘ୍ର ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ଜିଲାପାଳମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ଜିଲା, ବ୍ଲକ୍ ଏବଂ ୟୁଏଲ୍‌ବି ସ୍ତରରେ ଥିବା ଆଧାର କେନ୍ଦ୍ର ତୁରନ୍ତ ଖୋଲିବା ପାଇଁ କୁହାଯାଇଛି। ଖୋଲା ଯାଉଥିବା ଆଧାର କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ଓ ଅନ୍ୟ ନିୟମ କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହା ଜିଲା ପ୍ରଶାସନ ସୁନିଶ୍ଚିତ କରିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories