www.samajalive.in
Sunday, December 14, 2025
17.1 C
Bhubaneswar

ସ୍ୱାଧୀନତାର  ମଧୁର ଅନୁଭବ ?

ସ୍ୱାଧୀନତା ହେଉ ଅଥବା ସ୍ୱତନ୍ତ୍ରତା ଏହି ଶବ୍ଦର ଅର୍ଥ ଏକ ବ୍ୟକ୍ତି ଜୀବନରେ କ’ଣ ? ଏହି ଶବ୍ଦର ପ୍ରକୃତ ସତ୍ୟାସତକୁ  ଜଣେ କେତେ ଅନୁଭବ କରିପାରିଛି। ଏକ ସରଳ ବ୍ୟକ୍ତି ଜୀବନ ଉପରେ ଏ କାହାଣୀ ଆଧାରିତ ।

ଏକ ପରିବାର ମଧ୍ୟରେ ଭୃତ୍ୟ ବା ଚାକର ଭାବେ ଏକ ଲୋକଟି କାମ କରୁଥିଲା। ସେ ଶିକ୍ଷିତ ମଧ୍ୟ ଥିଲା।  ସେହି ପରିବାରଟି ଏକ ଯୌଥ ପରିବାର ଥିଲା। ୨ବୃଦ୍ଧା  ସମେତ ୮ରୁ୧୦ ଜଣ ଲୋକଙ୍କୁ ନେଇ ଥିଲା ପରିବାରଟି। ଭୃତ୍ୟଟି ସଭିଁଙ୍କ ମନ ଜିଣି କାମ କରିଚାଲିଥିଲା। ତା’ବିନା ଯେପରି ସେ ପରିବାରଟି ଅସହାୟ ଥିଲା। ପରିବାରଟିର ମାଲିକାଣୀ କାର୍ଯ୍ୟାରତ ମହିଳା ଥିଲେ। ତାଙ୍କର ୨ ପୁଅ ଓ ଝିଅ ମଧ୍ୟ ଥିଲେ। କିଛି ଦିନ ମଧ୍ୟରେ ଅଗଷ୍ଟ୧୫ ଅର୍ଥାତ ସ୍ୱାଧୀନତା ଦିବସ ପାଇଁ ଭୃତ୍ୟଟି ତା’ର ମାଲିକାଣୀଙ୍କ ଆଦେଶରେ ତାଙ୍କ ଛୁଆ ଓ ମାଲିକାଣୀ ପାଇଁ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ ପ୍ରସ୍ତୁତ କରିଥିଲା। ମାତ୍ର ସ୍ୱାଧୀନତା ଦିବସରେ ସେ ଛୁଟିରେ ରହିବ ବୋଲି ଅନୁମତି ମାଗିଥିଲା, କାରଣ ସେ ତା ନିଜ ପରିବାର ସହ ଏହି ସ୍ୱାଧୀନତା ଦିବସ ପାଳିତ ହେଉଥିବା ସ୍ଥାନକୁ ବୁଲିବାକୁ ଯିବାକୁ ଚାହୁଁଥିଲ। ମାତ୍ର ତାକୁ ଅନୁମତି ନମିଳିବାରୁ ସେ ନିଜକୁ ଓ ନିଜ ପରିବାରର ସଦସ୍ୟ ବୁଝାଇ ଦେଇଥିଲା ଯେ ଆସନ୍ତା ବର୍ଷ ବୁଲିବାକୁ ଯିବା।  ଅଗଷ୍ଟ ୧୫ ତାରିଖରେ  ଭୃ୍‍ତ୍ୟଟି  ନିତିଦିନ ଭଳି ସେହି ପରିବାରରେଟିକୁ ଆସି ନିଜ କାର୍ଯ୍ୟ ଆରମ୍ଭ କରିଥିଲା।  ପରିବାରରେ ସେଦିନ ଅଧିକ ଲୋକ ନ ଥିଲେ, ଥିଲେ ବୃଦ୍ଧା ୨ଜଣ ଓ ଭୃତ୍ୟ। ସେମାନେ ଭୃତ୍ୟଟିକୁ ଖୁବ ଭଲ ପାଉଥିଲେ। ଭୃତ୍ୟଟି ମଧ୍ୟ ସେମାନଙ୍କୁ ଖୁବ ଆଦର କରୁଥିଲା। ଯେତେବେଳେ ସେ ଟି.ଭିରେ ନିଜ ମାଲିକାଣୀ ଓ ତାଙ୍କ ଛୁଆ ତା’ରି ଭାଷଣକୁ ପଢୁଥିବାର ଦେଖିଲା ଓ ତା ଭାଷଣ ଶୁଣି ବହୁ ଲୋକ ଖୁସୀରେ ତାଳି ମାରୁଥିବାର ଦେଖିଲା, ତା’ ଆଖିରେ ଲୁହ ଭରି ଆସିଲା ଓ ସେହି  ଏକ ବାକ୍ୟ ସ୍ୱାଧୀନତା ହେଉଛି ଆମର ଜନ୍ମଗତ ଅଧିକାର। ଏହି ବାକ୍ୟଟି ଖାଲି ତା’ କାନ ପାଖରେ ବାରମ୍ବାର ଶୁଭୁଥିଲା। ଟି.ଭିରେ ଭୃତ୍ୟଟିର ଭାଷଣ ଶୁଣି ବୃଦ୍ଧା ୨ ଜଣ ମଧ୍ୟ ଖୁସୀରେ ଆତ୍ମହରା ହୋଇଥିଲେ। ଭୃତ୍ୟଟି ନିଜ ଭାଷଣ ଶୁଣି  ଓ ବୃଦ୍ଧାଙ୍କର ଖୁସୀ ଦେଖି ସ୍ୱାଧୀନତାର ଯେଉଁ ଅନୁଭବ କରୁଥିଲା ତାହା ତା’ ନିଜ ପାଇଁ ମଧ୍ୟ ଥିଲା ଏକ ଦ୍ୱନ୍ଦ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories