ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ୍ ମଙ୍ଗଳବାର ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୧ରେ ନିଉଜିଲାଣ୍ଡରେ ହେବାକୁ ଥିବା ଓଡିଆଇ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସେ ଅବସର ନେଉଥିବା ସୂଚନା ଦେଇଛନ୍ତି। ୩୬ ବର୍ଷୀୟା ମିତାଲି ୨୦୨୧ ଆଇସିସି ବିଶ୍ୱକପକୁ ଆଖି ଆଗରେ ରଖି ୫୦ ଓଭର ବିଶିଷ୍ଟ କ୍ରିକେଟ୍ ଉପରେ ଫୋକସ୍ କରିବାକୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ସମୁଦାୟ ୩୨ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଏହାମଧ୍ୟରେ ୨୦୧୨ (ଶ୍ରୀଲଙ୍କା), ୨୦୧୪ (ବାଂଲାଦେଶ) ଓ ୨୦୧୬ (ଭାରତ) ଆଇସିସି ଟ୍ବେଣ୍ଟି-୨୦ ବିଶ୍ୱକପ୍ ସାମିଲ ରହିଛି।
Comments are closed.