www.samajalive.in
Sunday, December 7, 2025
26.1 C
Bhubaneswar

ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ସୋମବାରରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାଡ଼ରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବିଜେଡ଼ି ଅଫ୍‍ ଲାଇନ ସହ ଅନ୍‍ ଲାଇନରେ ମଧ୍ୟ ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ପ୍ରତି ୱାର୍ଡ଼ରୁ ୪, ଏନଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ପ୍ରତ୍ୟେକ ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଦସ୍ୟ ସଂଗ୍ରହ କରିବେ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories