www.samajalive.in
Sunday, December 7, 2025
26.1 C
Bhubaneswar

ଚାଇନା ନିର୍ମିତ ଭିଏଚଏଫ ସେଟ ବନ୍ଦ କରିବା ପାଇଁ ଏସପିଙ୍କ ନିର୍ଦ୍ଦେଶ

ଧାମରା : ଭଦ୍ରକର ଧାମରା ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ଯନ୍ତ୍ରଚାଳିତ ଭୁଟୁଭୁଟି, ଟ୍ରଲର, ଲଞ୍ଚ ଏବଂ ବୋଟ ମାଲିକ ମାନେ ବ୍ୟବହାର କରୁଥିବା ଚାଇନା ନିର୍ମିତ ଭିଏଚଏଫ ସେଟ ଗୁଡ଼ିକୁ ବନ୍ଦ କରିବା ପାଇଁ ସୋମବାର ଭଦ୍ରକ ଏସପି ନିର୍ଦ୍ଦେଶ ଦେଇଛନ୍ତି। ଚିଠି ନଂ ୪୭୯୩/ ଆଇ ବି ୩୧/୮/୧୯ ଜରିଆରେ ଏହି ଭିଏଚଏଫ ସେଟ ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରି ଭାରତ ସରକାରଙ୍କ ଦ୍ୱାରା ନିର୍ମିତ ଭିଏଚଏଫ ସେଟକୁ ବ୍ୟବହାର ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ଧାମରା ମତ୍ସ୍ୟପୋତାଶ୍ରୟ ମଧ୍ୟରେ ଥିବା ୧ ହଜାରୁ ଅଧିକ ଯନ୍ତ୍ରଚାଳିତ ଭୁଟୁଭୁଟି, ଟ୍ରଲର ଏବଂ ଲଞ୍ଚ ମାନଙ୍କରେ ଏହି ଚାଇନା ନିର୍ମିତ ଭିଏଚଏଫ ସେଟ ଗୁଡ଼ିକ ବନ୍ଦ ହେବ। ଆସନ୍ତା ଦିନରେ ଚାଇନା ନିର୍ମିତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ବନ୍ଦ କରାଯିବା ସହ ସ୍ୱଦେଶୀ ନିର୍ମାଣ ପଦାର୍ଥ ବ୍ୟବହାର କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଭଦ୍ରକର କୌଣସି ବ୍ୟବସାୟୀ ଚାଇନା ନିର୍ମିତ ପଦାର୍ଥ ବିକ୍ରି କଲେ ତାକୁ ଜବତ କରାଯିବା ସହ ସେମାନଙ୍କର ଲାଇସେନ୍ସ ରଦ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି। ଫଳରେ ଧାମରା ଅଞ୍ଚଳରେ ବହୁ ବ୍ୟବସାୟୀ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories