ଟଙ୍କା ପାଇଁ ପୁଅକୁ ମାରିଦେଲା ବାପା

କେନ୍ଦୁଝର: ବାମବେରୀ ଥାନା ବଳଭଦ୍ରପୁର ଗାଁରେ ଘଟିଛି ଅଭାବନୀୟ କାଣ୍ଡ। ସାମାନ୍ୟ ଟଙ୍କା ପାଇଁ ପୁଅକୁ ପଥରରେ ଛେଚି ହତ୍ୟା କରିଛି ନୃଶଂସ ବାପା।ସୂଚନା ମୁତାବକ ଟ୍ରାନ୍ସପୋଟିଂ ଟଙ୍କା ଭାଗ ବାଣ୍ଟାକୁ ନେଇ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏହାପରେ ଉତକ୍ଷିପ୍ତ ହୋଇ  ପଥରରେ ଛେଚି ପୁଅକୁ ହତ୍ୟା କରିଛି ବାପା। ହତ୍ୟାକାଣ୍ଡରେ ବାପା ସହ ଆଉ ଜଣେ ପୁଅ ସାମିଲ ଥବା ସୂଚନା ମଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ୨ ଅଭିଯୁକ୍ତ ଫେରାର ଥବା ଜଣାପଡିଛି।

Comments are closed.