www.samajalive.in
Monday, December 15, 2025
16.1 C
Bhubaneswar

ସରକାରୀ ବାବୁଙ୍କ ବଡ ଘୋଟାଲା: ଏକା ସମୟରେ ୩ଟି ପଦବୀରେ ୩୦ ବର୍ଷ

ପାଟନା: ସରକାରୀ ଅଧିକାରୀମାନେ ଦୁର୍ନୀତି କରିବା କିଛି ନୂଆ କଥା ନୁହେଁ । ଦୁର୍ନୀତି ଅଭିଯୋଗରେ ସରକାରୀ ବାବୁ ଗିରଫ ହେବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ବିହାର ସରକାରରେ ଜଣେ ଅଧିକାରୀ ଦୀର୍ଘ ବର୍ଷ ଧରି ଏଭଳି ଦୁର୍ନୀତି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତିନୋଟି ପୃଥକ୍‌ ପଦବୀରେ ସେ ରହି ହରିଲୁଟ୍ କରୁଥିଲେ । କେବଳ ସେତିକି ନୁହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କର ପଦୋନ୍ନତି ମଧ୍ୟ ହେଉଥିଲା। ଆଉ ଦୁଇ ବର୍ଷ ପରେ ସେ ଅବସର ନେଇଥାଆନ୍ତେ । କୌଣସି ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ଏନେଇ କୌଣସି ସୁରାକ ମିଳିନଥିଲା । କିନ୍ତୁ ଆଧୁନିକ ଟେକ୍‌ନିକ୍‌ ତାଙ୍କୁ ଧରା ପକାଇଦେଲା। ଅଭିଯୁକ୍ତ ଜଣକ ହେଲେ ସହକାରୀ ଇଞ୍ଜିନିୟର, ପାଟନା ଜିଲ୍ଲାର ବାହାଉଲ୍‌ ଗାଁର ସୁରେଶ ରାମ।

ମା​‌ର୍କୋ ଫାଇନାନ୍‌ସିଆଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ (ସିଏଫ୍‌ଏମ୍‌ଏସ୍‌)ରେ ବିହାର ସମସ୍ତ ସରକାରୀ ଅଧିକାରୀଙ୍କ ଆଧାର, ଜନ୍ମ ତାରିଖ ଏବଂ ପାନ୍‌ ପଞ୍ଜିକରଣ  କରାଯାଉଛି। ଏହି ବ୍ୟବସ୍ତା ଆଧାରରେ ସୁରେଶ ରାମଙ୍କ ଦୁର୍ନୀତି ଧରା ପଡିଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସୁରେଶ ଫେରାର ହୋଇଯାଇଛି । ସୁରେଶଙ୍କ ସହକର୍ମୀ ମଧୁସୂଦନ କୁମାର କର୍ଣ୍ଣ ଏନେଇ ଗତ ସପ୍ତାହରେ କିଷନଗଞ୍ଜ ଥାନାରେ ତାଙ୍କ ନାମରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ଏତଲା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାପଡିଛି ।

- Advertisement -

ସୂଚନାଯୋଗ୍ୟ, ୧୯୮୮ ମସିହା ଫେବ୍ରୁଆରି ୨୦ରେ ସୁରେଶଙ୍କୁ ପ୍ରଥମେ ରାଜ୍ୟ ସଡ଼କ ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ । ଏହା ପରେ ୧୯୮୯ ଜୁଲାଇ ୨୮ରେ ସେହି ସହରର ତାଙ୍କୁ ଜଳ ସମ୍ପଦ ବିଭାଗରେ ଚାକିରି ମିଳିଥିଲା । ପୁଣି ସେହି ବର୍ଷ ଜଳ ସମ୍ପଦ ବିଭାଗରେ ଅନ୍ୟ ଏକ ଚାକିରି ମିଳିଥିଲା। ସୁପୌଲ ଜିଲାର ଭୀମ ନଗର ପୂର୍ବ ଘେରିବନ୍ଧ ଠାରେ ନିଯୁକ୍ତ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ୨୦୧୮ ଏପ୍ରିଲ୍‌ ୧୦ରେ ସଡ଼କ ନିର୍ମାଣ ବିଭାଗରେ ତାଙ୍କର ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ହୋଇଥିଲା। ସେହିପରି ୨୦୦୫ ଜୁନ୍‌ ୧୭ରେ ଜଳସମ୍ପଦ ବିଭାଗରେ ମଧ୍ୟ ପଦୋନ୍ନତି ହୋଇଥିଲା।

କେତେକ କାଗଜପତ୍ରରେ ତାଳମେଳ ନ ରହିଥିବା ଦେଖି ଜୁଲାଇ ୨୨ ତାରିଖ ଦିନ ଡେପୁଟି ସେକ୍ରେଟେରି ସୁରେଶଙ୍କୁ ଜଳସେଚନ ବିଭାଗର ସମସ୍ତ କାଗଜପତ୍ର ଆଣିବାକୁ କହିଲେ। କିନ୍ତୁ, ସେ ଆସିଲେ ନାହିଁ। ସିଏଫ୍‌ଏମ୍‌ଏମ୍‌ ହେବା ପରେ ସୁରେଶ କିଭଳି ତିନୋଟି ପୃଥକ୍‌ ବିଭାଗରେ ଓ ସ୍ଥାନରେ ଦୀର୍ଘ ଦିନ ରହି ଦରମା ନେଉଥିଲେ ତାହା ସାଧାରଣ ପ୍ରଶାସନ ବିଭାଗରେ ନିଯୁକ୍ତ ହୋଇଥିବା ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜାଣିବାକୁ ପାଇଥିଲେ । ଅଗଷ୍ଟ ୯ ତାରିଖରେ ସୁରେଶ ବିରୋଧରେ ଥାନାରେ ଏତଲା ଦେବା ସେକ୍ରେଟେରି ଆଦେଶ ଦେଇଥିଲେ । ସିଏଫ୍‌ଏମ୍‌ଏମ୍‌ ଲାଗୁ ହୋଇ ନଥିଲେ ଆଉ ଦୁଇ ବର୍ଷ ପରେ ସୁରେଶ ଗୋଟିଏ ପରେ ଗୋଟିଏ ପଦବୀରୁ ଅବସର ନେଇଥାଆନ୍ତେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories