www.samajalive.in
Thursday, December 11, 2025
27.1 C
Bhubaneswar

ଭାରତ-ୟୁଏଇ ମଧ୍ୟରେ ସ୍ୱାକ୍ଷରିତ ହେବ ୬ଟି ବୁଝାମଣାପତ୍ର

ଆବୁଧାବି : ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍‍ସ(ୟୁଏଇ) ମଧ୍ୟରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ୬ଟି ବୁଝାମଣାପତ୍ରରେ ସ୍ୱାକ୍ଷର ହେବ। ଦୂତାବାସ ଓ ବାଣିଜ୍ୟ ଦୂତାବାସର ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳମାନଙ୍କ ପାଇଁ କାର୍ଯ୍ୟାଭ୍ୟାସ ସଂକ୍ରାନ୍ତ ଏକ ରାଜିନାମା ସ୍ୱାକ୍ଷରିତ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସଂଯୁକ୍ତ ଆରବ ଏମିରେଟ୍‍ସର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ମୁଦ୍ରା ବିନିମୟ ରାଜିନାମାରେ ଭାରତ ସ୍ୱାକ୍ଷର କରିବ। ଦୁଇଦେଶ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂପର୍କ ଯୋଗୁଁ ପରମାଣୁଶକ୍ତିର ଶାନ୍ତି ପାଇଁ ଉପଯୋଗ ଆହୁରି ମଜବୁତ ହେଉଥିବାରୁ ପରମାଣୁଶକ୍ତି ସହଯୋଗ ଏବଂ ପରମାଣୁ ଶକ୍ତି ଭାଗିଦାରୀ ବିଶ୍ୱସ୍ତରୀୟ କେନ୍ଦ୍ର ସ୍ଥାପନ ରାଜିନାମାରେ ମଧ୍ୟ ଉଭୟ ଦେଶ ସ୍ୱାକ୍ଷର କରିବେ। ସଂଯୁକ୍ତ ଆରବ ଏମିରେଟ୍‍ସର ନୌବାହିନୀ ଓ ତଟରକ୍ଷୀ ବାହିନୀରେ ଭାରତୀୟ ନୌବାହିନୀର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ସଂକ୍ରାନ୍ତ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ। ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ପ୍ରତିଷ୍ଠାନ ଏବଂ ଏମିରେଟ୍ସ ପ୍ରତିରକ୍ଷା ଅଧ୍ୟୟନ ଓ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ।  ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷ ବାଣିଜ୍ୟ ୪୮ ବିଲିୟନ୍‍ ଡଲାର ଅତିକ୍ରମ କରିଛି। ଏମିରେଟ୍‍ସରେ ୩୦ଟି ରାଷ୍ଟ୍ରାୟତ୍ତ କମ୍ପାନି ଓ ବ୍ୟାଙ୍କ ଏବଂ ୨୩୬ଟି ବେସରକାରୀ କମ୍ପାନି କାମ କରୁଛି।

ଆବୁଧାବିରୁ ଶ୍ରୀ ମୋଦୀ ବାହାରିନ୍‍ ଯିବେ ଏବଂ ସେଠାରେ ସେ ରାଜା ଶେଖ୍‍ ହମଦ୍‍ ବିନ୍‍ ଇଶା ଅଲ୍‍ ଖଲିଫାଙ୍କ ସହ ବୈଠକରେ ଯୋଗ ଦେବେ। ଜି-୭ ଶୀର୍ଷ ବୈଠକରେ ଯୋଗଦେବା ପାଇଁ ଆସନ୍ତାକାଲି ଶ୍ରୀ ମୋଦି ଫ୍ରାନ୍ସ ଫେରିବେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories