www.samajalive.in
Monday, December 8, 2025
14.1 C
Bhubaneswar

ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ

ବିଭିନ୍ନ ସମୟରେ ଘରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ତେଲ ବଳିଯାଏ। ଆମେ ସେହି ତେଲକୁ ରଖି ତା’କୁ ପୁର୍ନବାର ରୋଷେଇରେ ବ୍ୟବହାର କରୁ। ତେଲର ଏପରି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ। ଏହା କର୍କଟ ଭଳି ବିଭିନ୍ନ ମାରାତ୍ମକ ରୋଗର କାରଣ। ଜାଣନ୍ତୁ କେଉଁ ସବୁ କାରଣରୁ ଛଣା ତେଲରେ ପୁନର୍ବାର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ ….
ଛଣା ତେଲରେ ଫ୍ରି ରେଡ଼ିକଲସ ନାମକ ଏକ ପଦାର୍ଥ ତିଆରି ହୋଇଥାଏ। ବାରମ୍ବାର ଗରମ କରିବା ଫଳରେ ସେହି ତେଲର ଗନ୍ଧ ଉଡ଼ିଯାଏ ଓ ଆଣ୍ଟିଅକ୍ସିଡ଼ାଣ୍ଟର ପରିମାଣ କମ ହୋଇଯାଏ। ଫଳରେ କର୍କଟ , ଏସିଡ଼ିଟି, ହୃଦରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟ୍ରୋଲର ପରିମାଣ ବୃଦ୍ଧି ହୋଇଥାଏ।
ବେଳେ ବେଳେ ପକୋଡ଼ା, ଚିପସ ଆଦି ଫ୍ରାଏ ପାଇଁ ବ୍ୟବହୃତ ତେଲ ବଳକା ରହିଲେ, ସେଥିରେ ପୁଣି ଆଉ କିଛି ତେଲ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହା ମଧ୍ୟ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ବିଳମ୍ବରେ ଓ ଭଲ ଭାବେ ହଜମ ହୋଇନଥାଏ। ମୁଣ୍ଡ ବିନ୍ଧା, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories