www.samajalive.in
Sunday, December 7, 2025
26.1 C
Bhubaneswar

ନୂଆ କୃଷିନୀତି ଚିଠା ପ୍ରକାଶ; ‘କାଳିଆ’ ଅବଧି ୫ବର୍ଷ ବଢ଼ିବ

ଭୁବନେଶ୍ୱର : ଚାଷୀ ଓ ଚାଷ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ନୂଆ କୃଷିନୀତି ଆଣିବାକୁ ଯାଉଛନ୍ତି। ଏହାପୂର୍ବରୁ କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି। ଏଥିରେ କାଳିଆ ଯୋଜନାର ଗୁରୁତ୍ବକୁ ଉପଲବ୍ଧି କରି ଯୋଜନାର ମିଆଦିକୁ ବୃଦ୍ଧି କରାଯିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀର ବିକ୍ରି ବଟା ପାଇଁ ବଜାରୀକରଣ, ଚାଷୀଙ୍କୁ ବିହନ, ସାର, କୀଟନାଶକ, ଚାଷୀଋଣ, ଉଦ୍ୟାନ କୃଷି ପ୍ରଭୃତିକୁ ଗୁରୁତ୍ବ ଦିଆଯାଇଛି। ଏହାବାଦ୍ ଫୋକସରେ ରହିଛି ମହିଳା ଚାଷୀଙ୍କ ବିକାଶ। ରାଜ୍ୟ ସରକାର ନୂଆ କୃଷିନୀତି ଚିଠା ପ୍ରସ୍ତାବରେ ଚାଷୀଙ୍କ ବିକାଶ ପାଇଁ ଖସଡ଼ା ସ୍ବତନ୍ତ୍ର ପ୍ରସ୍ତୁତ କରିଛନ୍ତି।
ଚିଠା ପ୍ରସ୍ତାବରେ କାଳିଆ ଯୋଜନାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସହାୟତା ନେଇଥିବା ଚାଷୀଙ୍କ ସଂପର୍କରେ ଅନୁଧ୍ୟାନ କରାଯିବା ସହିତ ଏହାଦ୍ବାରା ଚାଷୀ ଲାଭବାନ ହୋଇଛନ୍ତି କି ନାହିଁ ତାହା ମଧ୍ୟ ତର୍ଜମା କରାଯିବ। ଚାଷୀଙ୍କ ଜୀବିକା ଅର୍ଜନରେ କାଳିଆ ସଫଳତା କେତେ ରହିଛି ତାହାର ଅନୁଧ୍ୟାନ କରାଯିବ। ଯେଉଁ ଚାଷୀ କାଳିଆ ଯୋଜନା ଦ୍ୱାରା ଜୀବିକା ଅର୍ଜନରେ ସଫଳ ହୋଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ମହିଳା ଚାଷୀଙ୍କୁ ମଧ୍ୟ ପ୍ରସ୍ତାବିତ କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଶ୍ରମିକଙ୍କ ମଧ୍ୟରୁ ୪୮ପ୍ରତିଶତ ମହିଳା ଶ୍ରମିକ ଥିବାରୁ ସେମାନଙ୍କ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ରାଜ୍ୟରେ ୫ ଲକ୍ଷ ଭୂମିହୀନ ମହିଳା ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ଉତ୍‌ଥାନ ପାଇଁ ପଦକ୍ଷେପ ନିଆଯିବ। ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ କୃଷି ନୀତିରେ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳା ଚାଷୀଙ୍କୁ ତାଲିମ ଦେଇ କୃଷିର ବିକାଶ କ୍ଷେତ୍ରରେ ନିୟୋଜନ କରିବାକୁ ପ୍ରସ୍ତାବ ସହ ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ ଏବଂ ସେମାନଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ସରକାର ଚିଠା ପ୍ରସ୍ତାବରେ ପ୍ରାଧାନ୍ୟ ଦେଇଥିବା ଜଣାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories