www.samajalive.in
Monday, December 15, 2025
14.1 C
Bhubaneswar

ସମୁଦ୍ର ରାସ୍ତାରେ ପାକିସ୍ତାନ କରିପାରେ ଆତଙ୍କବାଦୀ ଆକ୍ରମଣ, ହାଇ ଆଲର୍ଟରେ ନୌସେନା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ- ପାକିସ୍ତାନ ସମ୍ପର୍କ ତିକ୍ତ ହେବାରେ ଲାଗିଛି। କ୍ରୋଧରେ ଜଳୁଥିବା ପାକିସ୍ତାନ ଏବେ ସମୁଦ୍ର ପଥ ଦେଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଖି ଭାରତୀୟ ନୌସେନାକୁ ହାଇ ଆଲର୍ଟରେ ରଖାଯାଇଛି।

ନୌସେନାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ପଶ୍ଚିମର ଆରବସାଗର ଏବଂ ପୂର୍ବରେ ବଙ୍ଗୋପସାଗରରେ ନୌସେନାକୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ରାଡାର ଜରିଆରେ ସମୁଦ୍ର ଓ ତଟ ଉପରେ ନଜର ରଖାଯାଇଛି। ବିଶ୍ୱ ଆତଙ୍କବାଦୀ ଘୋଷିତ ଜୈଶ-ଇ-ମହମ୍ମଦ (ଜେଇଏମ) ସଂଗଠନର ମୁଖ୍ୟ ମାସୁଦ ଆଝାରର ଭାଇ ରଉଫ ଆଝାର ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି। ଏହାସହ ଭାରତୀୟ ସ୍ଥଳ ଏବଂ ବାୟୁ ସେନାକୁ ସତର୍କ ରହିବାକୁ କୁହାଯାଇଛି।

- Advertisement -

ପ୍ରକାଶ ଯେ ୨୦୦୮ରେ ପାକିସ୍ତାନ ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ମୁମ୍ବଇରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୬୩ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ କେତେକ ବିଦେଶୀ ନାଗରିକ ମଧ୍ୟ ଥିଲେ। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅନୁକୂଳ ବନ୍ଦୋବସ୍ତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories