www.samajalive.in
Tuesday, December 9, 2025
26.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ଇଚ୍ଛୁକ କି ? ଆପଣାନ୍ତୁ କିଛି ଘରୋଇ ଟିପ୍ସ

ବର୍ଷା ଦିନରେ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏହି ଦିନରେ ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ। ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ, ମାତ୍ର ସେଥିରେ କେମିକାଲର ମାତ୍ରା ଥିବାରୁ ବହୁ ସମୟରେ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ମାତ୍ର ଘରୋଇ ଉପାୟରେ କିଛି ଦ୍ରବ୍ୟ ବ୍ୟବହାର କରି ଆପଣ ଫେସ ପ୍ୟାକ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିପାରିବେ। ଜାଣନ୍ତୁ ଏ ବିଷୟରେ ….
ସଭିଏଁ ଜାଣନ୍ତି ତ୍ୱଚା ପାଇଁ ମୁଲତାନୀ ମାଟି ଖୁବ ଲାଭଦାୟକ। ବିଶେଷ କରି ତେଲିଆ ତ୍ୱଚାମାନଙ୍କ ପାଇଁ ଖୁବ ଉପକାରୀ। ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଲଗାଇ ମୁହଁରେ କିଛି ସମୟ ରଖି ପାଣିରେ ଧୋଇ ଦିଅନ୍ତୁ।
ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚତ୍ମକାର ଅନୁଭବ କରିବେ।
କେଶରରେ ଅମୁଲ ଓ କେଶର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ଆପଣ ନିଜେ ଏହାର ଚତ୍ମକାରିତା ଅନୁଭବ କରିପାରିବେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories