ଭାରତୀୟ କ୍ରିକେଟର୍ଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିବେ ହାସନ୍ ଅଲ୍ଲି
କରାଚି : ଆସନ୍ତା ସେପ୍ଟେମ୍ବର ୨୦ରେ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ହାସନ୍ ଅଲ୍ଲି ଓ ଭାରତୀୟ ମହିଳା ସାମିଆ ଆରଜୁଙ୍କ ବିବାହ ଦୁବାଇରେ ହେବ। ଏହି ବିବାହ ଉତ୍ସବ ନିମନ୍ତେ ଭାରତୀୟ କ୍ରିକେଟର୍ଙ୍କୁ ନିମନ୍ତ୍ରଣ କରିବେ ବୋଲି ହାସନ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏକ ଖବରକାଗଜକୁ ସାକ୍ଷାତକାର ଦେଇ ହାସନ୍ କହିଥିଲେ ବିବାହ ଉତ୍ସବରେ ଯୋଗ ଦେବାକୁ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟର୍ଙ୍କୁ ନିମନ୍ତ୍ରଣ କରିବେ। ଯଦି ଭାରତୀୟ କ୍ରିକେଟର୍ମାନେ ବିବାହ ଉତ୍ସବରେ ଯୋଗ ଦିଅନ୍ତି ତେବେ ସେ ଖୁସି ହେବେ। ତେବେ କେଉଁ ଭାରତୀୟ କ୍ରିକେଟର୍ଙ୍କୁ ବିବାହ ନିମନ୍ତେ ନିମନ୍ତ୍ରଣ କରିବେ ସେ ସଂପର୍କରେ ହାସନ୍ ଅଲ୍ଲି କୌଣସି ସୂଚନା ଦେଇନାହାନ୍ତି। ପଡ଼ିଆ ଭିତରେ ଦୁଇ ଦେଶର କ୍ରିକେଟର୍ ପରସ୍ପର ସହ ବିଜୟ ପାଇଁ ସଂଘର୍ଷ କରିଥାନ୍ତି ତେବେ ପଡ଼ିଆ ବାହାରେ ସମସ୍ତେ ପେସାଦାର କ୍ରିକେଟର୍। ତେଣୁ ପରସ୍ପରର ଖୁସିରେ ସେମାନେ ସାମିଲ ହେବା ଉଚିତ୍ ବୋଲି ହାସନ୍ ମତ ଦେଇଛନ୍ତି। ସୂଚନାଥାଉକି ସାମିଆ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ୍ ଇଞ୍ଜିନିୟର ଅଛନ୍ତି। ସେ ଦୁବାଇରେ ରହୁଥିବା ବେଳେ ତାଙ୍କ ପରିବାର ନୂଆଦିଲ୍ଲୀରେ ରହୁଛନ୍ତି।
Comments are closed.