ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଇଡ଼କୋ ଛକରେ ଥିବା ଢାବାରେ ନାବାଳକର ମୃତ୍ୟୁ ଘଟଣାର ରବିବାର ଠାରୁ ଏଚଆରପିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଜି ବାଲିଆପାଳରେ ଏଚଆରପିସିର ୪ ଜଣିଆ ଟିମ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି। ଏଚଆରପିସି ଡ଼ିଏସପିଙ୍କ ନେତୃତ୍ୱରେ ଏହି ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ବାଲିଆପାଳରେ ଢାବାରୁ ଶୁକ୍ରବାର ନାବାଳକର ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଲଙ୍କାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ସହ ପୁଲିସକୁ ମାଡ଼ ମଧ୍ୟ ମାରିଥିଲେ। ସମ୍ପୃକ୍ତ ଘଟଣାରେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଥିଲା।
Popular Categories



