ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ରାଣୀବନ୍ଧ ଗ୍ରାମ ପଞ୍ଚାୟତର ବାଙ୍କିଶୋଳ ଗ୍ରାମରେ ଜନୈକା ମହିଳା ନିଜ ମାନସିକ ଭାରସାମ୍ୟ ହରାଇ ପିନ୍ଧା ଲୁଗାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ମହିଳା ଜଣଙ୍କି ବାଙ୍କିଶୋଳ ଗ୍ରାମର କାମଦେବ ମାରାଣ୍ଡିଙ୍କ ପତ୍ନୀ ପାନି(୫୫)ା ସୂଚନା ମୁତାବକ, ଶୁକ୍ରବାର ସକାଳେ ପାନି ମାରାଣ୍ଡି ପଡିଶା ଘର ପଛପଟେ ଥିବା ଏକ ଗଛରେ ଝୁଲୁଥିବାର ତାଙ୍କ ସ୍ୱାମୀ କାମଦେବଙ୍କୁ ପଡିଶା ଲୋକେ ଜଣାଇଥିଲେ। ତିନିମାସ ପୂର୍ବରୁ ପାନି ମାନସିକ ଭାରସାମ୍ୟ ହରାଇଥିବା ବେଳେ ଅନେକ ସମୟରେ କାହାକୁ ନଜଣାଇଁ ଘରୁ ଚାଲିଯାଉଥିଲେ ବୋଲି କାମଦେବ ପୁଲିସକୁ କହିଛି। କାମଦେବଙ୍କ ଏତଲା ଅନୁସାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

kalyan agarbati

Comments are closed.