ଇବ୍ ନଦୀରେ ରହସ୍ୟଜନକ ଭାବ ପଡିଛି ସାଇ ବାବାଙ୍କ ମୂର୍ତ୍ତି
ବ୍ରଜରାଜନଗର: ଝାରସୁଗୁଡା ଜିଲାର ଇବ୍ ନଦୀର ସେତୁ ତଳେ ଏକ ଶିରଡ଼ି ସାଇ ବାବାଙ୍କ ମୂର୍ତ୍ତି ରାହସ୍ୟଜନକ ଭାବେ ପଡିଥିବା ଦେଖିବାକୁ ମିଳିଛି। ଇବ୍ ସେତୁର ମଧ୍ୟ ଭାଗରେ ଥିବା ପ୍ରସିଦ୍ଧ ହରିହର ମନ୍ଦିରର ବିପରୀତ ପଟେ ପ୍ରାୟ ମନ୍ଦିରରେ ପୂଜା ପାଉଥିବା ୫ ଫୁଟର ମୂର୍ତ୍ତିକୁ କେହି ଜଣେ ସେତୁ ଉପରୁ ତଳକୁ ଫୋଫଡ଼ି ଦେଇଛି। ମୂର୍ତ୍ତିଟି ତଳ ମୁହଁ ହେଇ ପଡି ଥିବା ବେଳେ ସାଙ୍ଗରେ ଅଙ୍ଗ ବସ୍ତ୍ର, ପାଦୁକା ଇତ୍ୟାଦି ମଧ୍ୟ ପଡିରହିଛି। ଏଭଳି ଭାବରେ ସାଇ ମୂର୍ତ୍ତି ନଦୀରେ ପଡି ରହିଥିବା ସାଇ ଭକ୍ତମାନଙ୍କ ଭାବକୁ ଆଘାତ ପହଞ୍ଚିଛି । କେହି ଦୁର୍ବୃତ୍ତ ଅର୍ଥ ଲୋଭରେ ମୂର୍ତ୍ତିକୁ ଚୋରି କରି ନଦୀରେ ଫୋଫଡ଼ି ଦେଇ ପଳାଇଥିବା ସନ୍ଦେହ କରାଯାଉଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟତଃ ଏତେ ବଡ ସାଇ ବାବାଙ୍କ ମୂର୍ତ୍ତି ମନ୍ଦିରରରେ ପୂଜା ପାଇଥାଏ। ହେଲେ ମୂର୍ତ୍ତିକୁ ବିସର୍ଜନ କରିବାର କୌଣସି ସ୍ଥାନରେ ନଜିର ମଧ୍ୟ ନାହିଁ। ହେଲେ ହୋଇ ପାରେ କୌଣସି ମନ୍ଦିରରୁ ଦୁର୍ବୃତ୍ତମାନେ ଅର୍ଥ ଲୋଭରେ ଚୋରି କରି ମୂର୍ତ୍ତିକୁ ନଦୀରେ ଫୋଫଡ଼ି ଦେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ପୁଲିସ ଘଟଣାର ତଦନ୍ତ କରିବା ଆବଶ୍ୟକ ବୋଲି ଦାବି ଉଠିଛି।
Comments are closed.